ଜଗା ମୋର ନିଳାଚଳିଆ
ଜଗା ମୋର ନିଳାଚଳିଆ
1 min
6.9K
ଜଗାକୁ ମୋ ଲାଗେ ଭାରି ବଢିଆ ,
ନଡିଆଟେ ଯାଚିଦେଲେ ତା ବଡ ଦାଣ୍ଡରେ ପରା ।
ଟଙ୍କ ତୋରାଣି ତା ମହାପ୍ରସାଦ ,
ଭକ୍ତ ଖାଇ ହୁଏ ମନରେ ତୁପତ୍ତ ।
ଚକା ନୟନ ତା ବାଙ୍କ ଚାହାଁଣି ,
ନିଅଇ ଭକ୍ତର ମନକୁ ଜିଣି ।
ନିଳଚକ୍ର ପରେ ଉଡେ ପତିତପାବନ ବାନା ,
କି ସୁନ୍ଦର ଦିସେ ଶ୍ରୀମନ୍ଦିର ଉପରକୁ ଅନା ।
ସୁଭଦ୍ରା ବଳିଆ ଭାଇ ସାଥିରେ ,
ଜଗା ବସିଛି ରତ୍ମ ସିହାଁସନ ଉପରେ ।
କମଳା ବିମଳା ଦୁଈ ପାଶ୍ବରେ ,
ବିରାଜି ଅଛନ୍ତି ଶ୍ରୀ ମନ୍ଦିରରେ ।
ସୂଦର୍ଶନ ବିଜେ ମହାବାହୁଙ୍କ ପାସେ ,
ମହା ଆନନ୍ଦରେ ଜଗା ନାଲିଆ ଅଦ୍ଧରେ ହସେ ।
@ ସୁସିଲ୍ ପାଣି,ପୁରୀ