ଏକାକୀ ମଣିଷ ।
ଏକାକୀ ମଣିଷ ।
-
ଏକାକୀ ମଣିଷ ।
ଏକାକି ମଣିଷ ଟିଏ ଚାଲିଛି , ନେଇ ମନ ରେ ଅନେକ ଆଶା, ଭଲପାଇ ଚାଲିଛି , ଦେଖା ମିଳିଲେ ଯେତେସବୁ ପରିଚିତ ଅପରିଚିତ ପଥିକଙ୍କୁ, ଆଖିରେ ନେଇ ସ୍ଵପ୍ଣ ଅନେକ, ଲୋକେ ସବୁ କହିବା ଆରମ୍ବ କଲେଣି ବୋଧ ସେ ବାହାରିଛନ୍ତି ବିକି ଅନ୍ଧ ରାଜ୍ୟରେ ଦର୍ପଣ, କଙ୍କଡା ଜାତି , ସମସ୍ତେ ଯେ ବ୍ୟସ୍ତ ଟାଣିବାରେ ଜଣେ ଆଉ ଜଣଙ୍କ ଗୋଡ଼, ସେ କିନ୍ତୁ ଟିକିଏ ସ୍ୱାର୍ଥପର, ସେଥିପାଇଁ ଅନ୍ୟଙ୍କ ପାଇଁ ସେ ବେଶ ଯତ୍ନଶୀଳ, ସାଥିରେ ଚାଲିବା ଯେ ତାଙ୍କ ଲକ୍ଷ୍ୟ, ସେ ଭୟ ବି କରନ୍ତି କାରଣ, ବୋଧେ ଭାଙ୍ଗି ଯିବ ଗଢ଼ିଥିବା ସେତୁ ଯେତେ ସମ୍ପର୍କ ର , ଅବେଳରେ ବି ଖୋଜନ୍ତି ଅମଣିଷ ପାଖଙ୍କ ଠାରୁ ମଣିଷପଣିଆ, ବେଳେବେଳେ ତାଙ୍କ ଆଖିରୁ ଝରିପଡ଼େ ଶ୍ରାବଣ, ନିଘା ତାଙ୍କର ନ ଥାଏ , କିଏ ? ଭିଜିଲା ଅବା ନ ଭିଜିଲା ସେ ବର୍ଷା ରେ , ଆଉ କିଏ ଯେ କଲା ତାଙ୍କୁ ତାଛଲ୍ୟ, କିଏ କହିଲା ସେ ଯେ ଜଣେ ପାଗଳ ତାଙ୍କ ପ୍ରାର୍ଥନାରେ ରହିଥାଏ ଖୁସି ସମସ୍ତଙ୍କର ଦିନେ ତ ହେବେ ନିଶ୍ଚିତ ସମସ୍ତେ ତାଙ୍କର ସେ ଦିନ ସେ ନ ଥାଇ ପାରନ୍ତି କିନ୍ତୁ ସେ ପଥପ୍ରାନ୍ତେ ଯେ ପୋତି ଚାଲିଛନ୍ତି ଗୋଟିଏ ଗୋଟିଏ ଚାରା, ଦିନେ ତ ସେ ହେବ, ଅନେକ କୋଇଲିର ଆଶ୍ରୟସ୍ଥଳ, ଫୁଲ ଫଳ ଭରା ବି ହେବ, ଆଉ, ତା ମୁଖେ ହସିବ , ଶହ ଶହ କୃଷ୍ଣଚୁଡା ଫୁଲ, ରଙ୍ଗୀନ ହେବ ତାଙ୍କ ଚଲାପଥ, ଆଜି କିନ୍ତୁ ସେ ନେପଥ୍ୟରେ ଅବହିତ ପାଗଳ ! "ଏକାକି ପଥିକ "" ।
ରାମ ପ୍ରସାଦ ବିଶୋଇ,(କାଶ୍ୟପ) ରାୟଗଡ଼ା । ତା-୨୭-୦୬-୧୬ ରାତ୍ର-୧୨-୧୫ ମିନିଟ ।