Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geeta Sarangi

Others

2  

Geeta Sarangi

Others

ଜୀବନ ଗୀତା-୩୩୯

ଜୀବନ ଗୀତା-୩୩୯

1 min
449


ଜୀବନ ଦୁର୍ଲଭ ପୂତ ଅନୁପମ

ନାହିଁ ତାହାର ଛଳନା

ଜୀବନତ ପୂର୍ଣ୍ଣ ସ୍ୱୟଂ ସେ ସଂପୂର୍ଣ୍ଣ

ନାହିଁ ତାହାର କଳନା ॥୦॥

ଇତିହାସ ସାକ୍ଷୀ ଜୀବନର ଧାରା

ନିରବଚ୍ଛିନ୍ନ ଚାଲିଛି ବହି

ଯୁଗ ପରେ ଯୁଗ ବିତି ଯାଇଅଛି

ଅଟକି ସିଏ ରହିନି କାହିଁ

ଜୀବନ ସୁନ୍ଦର ସତ୍ୟର ଆଧାର

ନାହିଁ ଟିକିଏ ଛଳନା ॥୧॥

ପୁଲକିତ ପ୍ରାଣ ମାଟିର ଛୁଆଁରେ

ମହୁଆ ମହକ ଯାଏ ପାଇ

ମାଟିମା ସାଥିରେ ଯୋଡି ହୋଇଥିଲେ

ଛିନ୍ନମୂଳ କେବେ ହୁଏନାହିଁ

ତାପାଇଁ ବୁକୁର ଅମୃତର ଧାର

ବହଇ ହୋଇ ଝରଣା ॥୨॥


Rate this content
Log in