ଅନ୍ତର୍ବେଦନା
ଅନ୍ତର୍ବେଦନା
ତୁମ ସରଳପଣର ଦ୍ୱାହିରେ
ଏତେ ଏତେ ଜହରକୁ କିପରି ବା କରିବି କଣ୍ଠସ୍ଥ
ମୁଁ ତ ନିର୍ଜୀବ ପାଲଟି ସାରିଛି ଅନେକ ଆଗରୁ
ଏବେ ରୁନ୍ଧି ହେଲାଣି ଶ୍ଵାସ ପ୍ରଶ୍ଵାସ
ଆଉ ସ୍ଫୁରୁ ନାହିଁ ଓଠରେ ଶବ୍ଦ କି
ଜାଗ୍ରତ ହେଉନି ଭାବନା ଶହସ୍ର ।।
ନିବୁଜ ଅନ୍ଧାର ଭିତରେ
ଅସ୍ତିତ୍ଵ ହରା ମୋ କବରୀର
ମଧୁର ମହକ ଫେରି ଆସେ ମୋ ପାଖକୁ
ଅନାସକ୍ତିର ଶକ୍ତ ଧକ୍କା ପାଇ
ଲୁହଭିଜା ପଲକ ଓଜନଦାର ଲାଗେ
ସେ ସେମିତି ଆଖିର ଆଶ୍ରା ସାଜେ
ଜୀଉଁ ଥାଉ ଥାଉ ଯେବେ
ମରଣକୁ ଅନୁଭବି ହୁଏ ଶିରାରେ ଶିରାରେ ।।
ଏ ନିଟୋଳ ହୃଦୟର ଚଉହଦୀର
ଚାରିକାନ୍ଥ ଭିତରେ କଅଁଳ ଇଚ୍ଛାଟିଏ
ଗୁମସୁମ ମୁହୂର୍ତ୍ତ ସବୁର ସାରଣୀ ଆଙ୍କିଚାଲେ
କେତେବେଳେ ଅନ୍ଧାରରେ ଉବୁଟୁବୁ ତ
କେତେବେଳେ ଧୂ ଧୂ ଖରାରେ ଝଲସୁଥାଏ
ଜିଅନ୍ତା ଶବଟିଏ ହୋଇ
ତଥାପି ଆଶାର ପତ୍ରିତ ଚାରାଟିଏ ରୋପିଦିଏ
ଶୁଷ୍କ ଅନୁର୍ବର ମାଟିରେ ।।