Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geeta Sarangi

Others

3  

Geeta Sarangi

Others

ଜୀବନ ଗୀତା-୩୬୮

ଜୀବନ ଗୀତା-୩୬୮

1 min
144


ଜୀବନକୁ କଷେ କିଏ

ଖାଲି ଗଣିତରେ

ଜୀବନକୁ ଗାଏ କିଏ

ଗୀତରେ ଗୀତରେ ॥୦॥

ବିନ୍ଦୁଏ ମାତ୍ର କାକର

ଜାଳଇ ଆମ୍ବ ବଉଳ

ଜାଳିଦିଏ ଭବିଷ୍ୟତ

ଯେତେସବୁ ସମ୍ଭାବନା

ବିନ୍ଦୁଏ କାକର ପୁଣି

ଫୁଲ ପାଇଁ ପ୍ରବୋଧନା

ହୀରା ସମ ଚମକଇ

ପତରେ ପତରେ ॥୧॥

ଜୀବନର ମୂଳମନ୍ତ୍ର

ସରଳ ଗଣିତ ସୂତ୍ର

ଜୀବନର ପଦ୍ୟ ସବୁ

ମନ କରେ ଆନମନା

କଠିନ ଗଣିତ ସୂତ୍ର

କରାଏ ତ ଦୃଢମନା

ଶିଖାଇ ଦିଏ ଜିଇଁବା

ସତରେ ସତରେ ॥୨॥


Rate this content
Log in