ଗଲାଦିନ
ଗଲାଦିନ
ଆଷାଢ ଯଦି ବରଷି ଯାଏ
ଲୁହର ଟୋପା ଯେତେ,
ଶ୍ରାବଣ ଯଦି ନିଅଇ ଧୋଇ
ମନର ସୁଖ ସତେ ।।
ବସନ୍ତ କିବା ପାରିବ ବୋଳି
ମନରେ ଆଉ ରଙ୍ଗ,
ଚକୋର ଯେତେ ବାହୁନି ହେଲେ
ମିଳିବ କି ଆଉ ସଙ୍ଗ।।
ଆଷାଢ ଶେଷେ ଶ୍ରାବଣ ଆସେ
ବରଷେ କେତେ ପାଣି,
ବସନ୍ତ ଆସେ ମଳୟ ବୋହେ
ହୁଏନା ଆଉ ଜାଣି ।।
କୋଇଲି ଗାଏ ପଞ୍ଚମ ତାନେ
ଭ୍ରମର ଖୋଜେ ମଧୁ,
ଶୋରିଷ ଫୁଲ ମୁଚୁକି ହସେ
ସାଜି ନିରିମାଖି ବଧୁ ।।
ବରଷ ଯାଏ ବୟସ ବଢେ
ସରେନା ପ୍ରେମର ଆଶା,
ଯଉବନର ଚମକ ସରେ
ବଦଳେ ପ୍ରେମର ଭାଷା ।।
କାମର କାମନା ନଥାଏ ମନେ
ପ୍ରେମିକା ପ୍ରଣୟ ପାଇଁ,
ତଥାପି ଟିକିଏ ପ୍ରେମ ନଥିଲେ
ଜୀବନ କି ହୁଏ ଜିଇଁ ।।
ଦେବାକୁ ନେବାକୁ ନଥାଏ ବାକି
ଜୀବନର ସଞ୍ଜ ବେଳେ,
ଚନ୍ଦନ କାଠ କି ଅଲୋଡା କେବେ
ଥାଏ ସୁଷ୍କ ତରୁ ଡାଳେ ।।
***#***