ନିଦରେ ସପନ
ନିଦରେ ସପନ
ନିଦରେ ସପନ ନେଇଯାଏ ମନ
ହଜିଯାଏ ହୃଦୟରେ
ପ୍ରେମ ପରଶରେ ଭିଜିଗଲେ ପୁଣି
ରହିଯାଏ ହତାଶରେ ।
ହତାଶରେ ଆଶ ଦେଉଥାଏ ପ୍ରାସ
ମନ ପ୍ରୟାସରେ ରାଜି
ଖୋଜି ବୁଲେ ଖାଲି ଏଇଠି ସେଇଠି
ହେଉଥାଏ କେତେ ସାଜି ।
ରହିଯାଏ ସ୍ଵପ୍ନ ହୋଇଯାଏ ଚୁର୍ଣ୍ଣ
ବିରହକୁ କରି ପୂର୍ଣ୍ଣ
ତଥାପି ଭୁଲିନି ସ୍ଵପ୍ନର ସାଥୀକୁ
ଏବେବି ମନ ଉଦ୍ଦାମ ।
ପ୍ରେମ ଏକ ଇଚ୍ଛା ଅପୁରିତ ବାଞ୍ଛା
ଜାଣି ପାରିଲିନି ଉତ୍ସ
ପ୍ରେମର ସପନ କୁହୁକର ବନ
କହିଦିଏ ନୁହେଁ ସ୍ଵଚ୍ଛ ।
ପ୍ରଶାନ୍ତ କୁମାର ହୋତା