Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dipti lekha Mishra

Others

5.0  

Dipti lekha Mishra

Others

ପାଣି

ପାଣି

1 min
317


ପାଣିକୁ ମୋ ଜେଜେବାପା

ଦେଖିପାରୁଥିଲେ,ଛୁଇଁପାରୁଥିଲେ

ମଜା ନେଉଥିଲେ ନଦୀରେ ॥


ପାଣିକୁ ମୋ ବାପା

ଦେଖିପାରୁଥିଲେ,ଛୁଈଁପାରୁଥିଲେ

ମଜା ନେଉଥିଲେ କୁଅଁରେ ॥


ଆମେ ପାଣିକୁ ଦେଖୁଛୁ

ଛୁଇଁପାରୁଛୁ,ପିଈପାରୁଛୁ

ଆମ ଘର ନଳରେ

ଦାଣ୍ତଦୁଆରର ନଳରେ ॥


ହେଲେ ଆମ ପିଲାଏ ଆଜି

ପାଣିକୁ ପିଅନ୍ତି ବୋତଲରେ

ଅନ୍ଯକୁ ଚର୍ଚ୍ଚା କରନ୍ତି ବୋତଲରେ ॥


ଆମ ଆଗାମୀ ପିଢୀ

ଆମ ପିଲାଙ୍କ ପିଲାଏଁ

ପାଣିକୁ ଦେଖିବେ କେଉଁଠାରେ??


ବୋଧହୁଏ ଦେଖିବେଔଷଧ କୋଷିକାରେ

ତଥାପି ଯଦି ଅବହେଳା ହୁଏ

ଦେଖିବେ କେବଳ ନିଜ ଲୁହରେ ॥


ଦିପ୍ତୀଲେଖା ମିଶ୍ର



Rate this content
Log in