ପ୍ରୀତିମୈନା-୨
ପ୍ରୀତିମୈନା-୨
ମୁଁ..
ତୁମ ବାସରେ ବଞ୍ଚିବାକୁ ଚାହେଁ,
ବଞ୍ଚି, ମହାକାଇ ଦେବାକୁ ଚାହେଁ,
ମୋ ପୃଥିବୀ
ଅନ୍ତତଃ ,ଜୀବନର ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ
ତୁମେ,
ଶାମୁକା ଭିତର ମୋତି
ମୋ ହୃଦୟ କନ୍ଦରର,
ଯେତେବେଳେ,
ତୁମ କଥା ମନେ ପଡେ,
ନୟନୁ ଝରି ପଡେ କେଇ ବୁନ୍ଦା ଲୁହ,
ମୋ ହାତର ଆଙ୍ଗୁଠି
ଛାତିର ସ୍ପନ୍ଦନ ବଢି ଚାଲେ
ତୁମ ସମ୍ଭାବ୍ୟ ମିଳନର ଆକାଂକ୍ଷାରେ
ବହଳ ହୋଇ ଯାଏ,
ଶିରା, ପ୍ରଶିରାରେ ବହୁଥିବା ରକ୍ତ ଧାର,
କଳ୍ପନାତୀତ,
ମୋ ପ୍ରେମର ଗତି
ଖୋଜି ଚାଲେ
ତୁମ ହୃଦୟର ଗଭୀରତମ ପ୍ରଦେଶ
କିନ୍ତୁ
ନିରୁପାୟ ହୋଇ
ଝରକା ଆଢୁହାଳେ ଚାହିଁ ରହେ
ଶୂନ୍ୟ ଆକାଶକୁ
ତୁମ ଫେରିବା ଯେ ଅନିଶ୍ଚିତ
ପ୍ରେମରେ ସଜି,
ପ୍ରୀତିମୈନା---------!
©®କାଶ୍ୟପ,
ରାୟଗଡା ।