Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BISWESWAR MAJHI

Others

5.0  

BISWESWAR MAJHI

Others

ଗଣତନ୍ତ୍ରରେ ଭୋଟର ଶକ୍ତି

ଗଣତନ୍ତ୍ରରେ ଭୋଟର ଶକ୍ତି

1 min
271


ରାଜା ରାଜୁଡାଙ୍କ ଶାସନ ଗଲାଣି ଦେଶ ହେବାରୁ ସ୍ୱାଧୀନ

ଏ ଦେଶର ସମ୍ବିଧାନରେ ସ୍ଥାନିତ ହେଲା ଗଣତନ୍ତ୍ର ମାନ ।

ବୃହତ୍ତମ ଗଣତନ୍ତ୍ର ବିଶ୍ୱର ସଙ୍ଘୀୟ ବ୍ୟବସ୍ଥା ଚାଲେ

ରାଜ୍ୟ ମାନେ ଏଠି ସ୍ୱତନ୍ତ୍ର ସ୍ୱାଧୀନ ସମ୍ବିଧାନ ମର୍ଯ୍ୟଦାରେ ।

ପାଞ୍ଚ ବରଷରେ ନିର୍ବାଚନ ହୁଏ ପ୍ରତ୍ୟକ୍ଷ ଭୋଟ ଦେଇ

ଲୋକ ପ୍ରତିନିଧି ନିର୍ବାଚନ କରୁ ବହୁ ଦଳ ଲଢୁଥାଇ ।

ସଂଖ୍ୟା ଗରିଷ୍ଠ ଦଳର ନେତାଙ୍କୁ ରାଷ୍ଟ୍ରପତି ରାଜ୍ୟପାଳ

ନିମନ୍ତ୍ରଣ ଦେବେ ସରକାର ଗଢିବାକୁ ଦେଖି କାଳବେଳ ।

ପ୍ରଭାବିତ କେହି ନକରିବ କା'ରେ ସ୍ୱଛତା ଆଧାର କରି

ଜନତା ବାଛିବେ ନେତାଙ୍କୁ ତାଙ୍କର ବିନା ପ୍ରଲୋଭନ ଡରି ।

ଆଇନ କାନୁନ ହୁଗୁଳା ଏ ଦେଶେ କାଗଜ କଲମ ଲେଖା

ବାହୁବଳ ଅର୍ଥବଳଟି ମାପକ ସ୍ୱଛତା ହୁଏ ବିକା ।

ରାଜତନ୍ତ୍ର ସିନା ଆଇନରେ ନାହିଁ ପରିବାରବାଦ ଚାଲେ

ଥରେ ଯିଏ ଭୋଟ ଜିତିଛି ଆଉ ସେ କ୍ଷମତା ଡୋରି କି ଛାଡେ !

ପୁତ୍ର ନାତି କ୍ରମେ କ୍ଷମତା ଭୋଗନ୍ତି ଆରକ୍ଷଣ ମାନେ ହାର

ପତ୍ନୀ ଭୋଟରେ ନିର୍ବାଚିତ ହେଲେ ପତି କରେ କାରବାର ।

ନିର୍ବାଚନ କମିଶନ କରୁଛନ୍ତି ସଂସ୍କାର ବାରମ୍ବାର

ଆଇନର କଡାକଡି ପାଳନକୁ କରୁଛନ୍ତି ଆଗୁସାର ।

ନୋଟ ନେଇକି ଭୋଟ ଦେବାଟା ଅପରାଧ ମାନ୍ୟ ହୁଏ

ମାଜିଷ୍ଟ୍ରେଟ ଛାପା ମାରି କେତେ ନୋଟ ମଦବି ଜବତ ହୁଏ ।

ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ବଦଳି ଆଦେଶ ହୁଏ

ତଥାପି ଭୋଟର ବାପୁଡା ନିଜକୁ ଅସହାୟ ମଣୁଥାଏ ।

ମୂଲିଆ ହୁଡିଲେ ଦିନେ କଷ୍ଟ ପାଏ ଚାଷୀ ହୁଡିଲେ ବରଷେ

ଭୋଟର ହୁଡିଲେ ପାଞ୍ଚ ବର୍ଷ ଲାଗି କ୍ଷମତା ତା ହାତୁ ଖସେ ।

ଗଣତନ୍ତ୍ରରେ ଭୋଟର ହିଁ ମୂଳ ଏକଥା ନଯିବା ଭୁଲି

ଗୁପ୍ତ ଭୋଟରେ ସୁପ୍ତ ରାଜନୀତି ଅଚୀରେ ଯିବ ବଦଳି ।

ଚିକେନ ମଦର ପ୍ରଲୋଭନ ଛାଡି ନୋଟକୁ ନଅନାଇ

ଭଲ ନେତାଟିଏ ବାଛିବା ଆମର ଦଳକୁ ଦେଖିବା ନାହିଁ।

ଭଲ ନେତାଙ୍କର ଦଳଟିଏ ଯହିଁ ସର୍କାର ଗାଦି ସମ୍ଭାଳେ

ପ୍ରଗତି ଉନ୍ନତି ସ୍ୱଛତା ସେ ଦେଶେ ସୂର୍ଯ୍ୟପ୍ରଭା ସମ ଜଳେ ।

ଜାଗରେ ଭୋଟର ନିଜ ମାନ ବୁଝି କ୍ଷମତା ଦେଖାଅ ଥରେ

ନିଜେ ବଦଳିଲେ ଦେଶ ବଦଳିବ ବିନ୍ଦୁରେ ସିନ୍ଧୁ ଭରେ ।



Rate this content
Log in