Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Neelima Nivedita Behera

Others Romance

2  

Neelima Nivedita Behera

Others Romance

ଏଣୁତେଣୁ -୧

ଏଣୁତେଣୁ -୧

1 min
6.7K


ପ୍ରେମ ପାଇଁ ଲୋଡା ନଥିଲା ଜମା

ହଳେ ନୀଳ ରଙ୍ଗ ଆଖି,

ଦୁଇ ଫାଳ ମତାଣିଆ ଓଠ,

ମସୃଣ ଚିବୁକ ଓ

ସୁଢଳ ଦମ୍ଭିଲା ବକ୍ଷ ।

କେଇ ବୁନ୍ଦା ଲୁହରେ ତୁମର

ଅଙ୍କୁରୁଥିଲା ପ୍ରେମ,

ଗଜୁରୁଥିଲା ଆତ୍ମୀୟତା ଓ

ବଢୁଥିଲା ଆମ ସଂପର୍କ ।

ଆସନ୍ତା କାଲି ବସି ନଥିଲା

ସମୟ ନୌକାରେ

ଭବିଷ୍ୟତ ବି ଦଣ୍ଡାୟମାନ

ସେଇମିତି ଏକ ଗୋଡିଆ ହେଇ

ଆଗାମୀ ଦାଣ୍ଡରେ

ଶ୍ଵାସ ନେଉଥିଲା ଆମ ମିଳନର ମୁହୂର୍ତ୍ତ କେବଳ

ଥରେ ତମ ରିସିଭରରେ

ଥରେ ମୋ ରିସିଭରରେ ।




Rate this content
Log in