ମୃଗନୟନୀ
ମୃଗନୟନୀ
1 min
6.6K
ଜୀବନ ଦର୍ଶନ ପଢି ପଢି
ଆଖିର ଲୁହ ଆଖିରେ ଶୁଖି ଯାଇଛି,
ଅଫେରାନ୍ତ ବୟସ
ଆଜି ବି ଡାକୁଛି ହାତଠାରି
ଫେରି ଆସେ ତୁମେ ଥରେ
ଆଗୋ ମୃଗ ନୟନୀ,
ସମୟ ସେଇଠି ଥମି ଯିବନି
ଯେଉଁଠି ଆରମ୍ଭ ହୋଇଥିଲା ଆମ କାହାଣୀ
ତୁମ ନୀରବତା ଅସହ୍ୟ ହେଲାଣି
କେବେ ବୁଝିବ କେଜାଣି
ଜନ୍ହ କୁ ପଚାରିଲି ପଚାରିଲି
କଢି କୁ ବଗିଚାର ସବୁ ଫୁଲକୁ
ତୁମ ଚୋରା ଚାହାଣି ଠାରୁ
କେହି ନୁହେଁ ସୁନ୍ଦରୀ ଆଗୋ ମୋ ମୃଗନୟନୀ ।