ଦୋଷ ଦେବି ନାହିଁ ତୋତେ ରେ କାଳିଆ
ଦୋଷ ଦେବି ନାହିଁ ତୋତେ ରେ କାଳିଆ
1 min
1.2K
ଏମିତି ମାୟାରେ ଢାଙ୍କି ଦେଲୁ ମୋତେ
ବୁଦ୍ଧି ହୋଇଗଲା ବଣା
କହି ପାରୁ ନାହିଁ ସହି ପାରୁ ନାହିଁ
ତୋତେ କି ଏହା ଅଜଣା
ଯାହାକୁ ଭାବିଲି ଜୀବନ ମୋହର
ସେ ମୋର ଜୀବନ ନେଲା
ତୁ ଏକା ଜାଣିଛୁ କେଉଁ ଜନମର
ପାଉଣା ଦେବାକୁ ଥିଲା
ଦୋଷ ତୋତେ ଦେବି ନାହିଁରେ କାଳିଆ
ପାପ ଭାର ବଢି ଯିବ
କେବଳ ଭାବୁଛି ସେ ମାୟା ଜାଲରୁ
କେବେ ମୋ ମୁକତି ହେବ
ଚିତ୍ତ ରଞ୍ଜନ ଲେଙ୍କା (କଟକ)