Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Children Classics Inspirational

5.0  

ବି. ନିରୁପମା

Children Classics Inspirational

ଆନନ୍ଦ ଆମେ ପାଉ

ଆନନ୍ଦ ଆମେ ପାଉ

1 min
296


ଗାଆଁରୁ ଏବେ ସହର ଯାଏ

ବୁଲୁଛି ଘିରି ଘିରି ,

ଶୀତ ମାଉସୀ ଦେଇ ଆଉଁଶି

ସଭିଙ୍କୁ ଥିରି ଥିରି ।


କାହାକୁ ଲାଗେ କୁତୁକୁତିଆ

କାହାର ଥରେ ଦେହ,

ସବୁରି ପାଇଁ ଅଜାଡ଼ି ଚାଲେ

ମାଉସୀ ତା'ର ସ୍ନେହ ।


ତାଆରି ଲାଗି ଫୁଲ,ଫଳରେ

ହସି ଉଠୁଛି କ୍ଷେତ ,

ପଦିଆ ଦାଦି ନିଆଁକୁ ଜାଳି

ଉଷୁମ କରେ ହାତ ।


ମାଆଟି କରେ ପାଇଟି ତା'ର

ବଡ଼ି ଭୋଅରୁ ଉଠି ,

ଶୀତ ଲାଗି ସେ ଅଳସ କରି

ଦିଏନା ବେଳ କାଟି ।


ସହର ଠାରୁ ଗାଆଁର ଲୋକ

ସଭିଏଁ ଥରି ଥରି,

ଆପଣା କାମ କରି ଚାଲନ୍ତି

ଶୀତକୁ ମିତ କରି ।


ସବୁ ବରଷ ଆସୁଛି ଶୀତ

ମରତପୁରେ ବୁଲି ,

ତାଆରି ପାଇଁ ନିଜ କାମକୁ

କାହିଁକି ଯିବା ଭୁଲି !


ଖରା,ବରଷା, ବସନ୍ତ,ହିମ-

ଶୀତ ଆସୁ ବା ଯାଉ ,

ନିଜ କାମଟି ସାରି ପାରିଲେ

ଆନନ୍ଦ ଆମେ ପାଉ ।।



ବି. ନିରୁପମା

ମାମୁରିଆ, ଛେଣ୍ଡିପଦା,ଅନୁଗୋଳ ।


Rate this content
Log in

Similar oriya poem from Children