Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanna Kumar Madala

Others

2  

Prasanna Kumar Madala

Others

ଧର୍ମଶାଳା

ଧର୍ମଶାଳା

1 min
7K


ହଇରେ ଅଧମ               ନଜାଣୁ ସଦମ

          ଗଢିଲୁ ଯା' କରି ଜୋର

ଯେତେକ ଦରବ             ଖଞ୍ଜିଲୁ ସରବ

        ସେ ତ ନୁହେଁ କେବେ ତୋର ।

ମୋର ମୋର ବୋଲି   କହି ହେଉ ଖୋଲି

          ସାମାନ୍ୟ ବୋଧର ବିନା

ନଥିଲା ସେ କାଲି            ରହିବନି ଖାଲି

           ମିଛ ମାୟାର ଏ ସିନା ।

ଯାହା ସବୁ ଭୋଗ       କରୁଛୁ ସେ ଯୋଗ

           ଭିଆଣ କରିଲା ସେହି

ପ୍ରାରବ୍ଧର ବଳେ       ଭାଗ୍ୟ ଡୋରି ଚଳେ

           ଏତକ ନଜାଣ କେହି ।

ଏ ଯେଉଁ ଛପନ         ଭୋଗ ସେ ସପନ

           ସମାନ ମିଠା ଅଙ୍ଗୁର

ଭୋଗ ଗଲେ ସରି        ଜାଣ ହେତୁ କରି

           ଲାଗିବ ସବୁ ଭଙ୍ଗୁର ।

ନଶ୍ଵର ସଂସାର             ଈଶ୍ଵର ଅଂଶାର

            ସଂରଚନା କ୍ଷୁଦ୍ର ଅତି

ନଗଣ୍ୟ ତୁ ଛାର           ଉଠାଇ ଏ ଭାର

            ଆସକ୍ତ ରଖୁଛୁ ମତି ।

ଲୋଭ ମୋହ ବହି      ଯେତେ କାଳ ରହି

           ଥିବୁ ଏ ସଂସାରେ ବଞ୍ଚି

ମୋର ବୋଲି କହି          ଦୁଃଖକଷ୍ଟ ସହି

            ଯାଉଅଛୁ ଧନ ସଞ୍ଚି ।

ହେଲେ ଦୁଇ ଫଡା          କିବା ହାତଛଡା

           କରୁଥାଉ ସିନା ଶୋକ

ଯେତେ ଯାହା ଚିଜ         ଭାବୁଥିଲେ ନିଜ

           ଜଳୁଥିବେ ଦାଣ୍ଡ ଲୋକ ।

ଧର୍ମଶାଳା ଭାବି              ଧନ ଘର ଚାବି

           ଧରାଇ ଦେ ଆନ ହାତେ

ତାହାହେଲେ ଯାଇ        ବିରାଗରେ ଥାଇ

            ସୁଖନିଦ୍ରା ଯିବୁ ରାତେ ।

ଲଙ୍ଗଳା ତୁ ହୋଇ         ଆସିଥିଲୁ ଶୋଇ

           ଯିବୁ ଦିନେ ଧରା ତଳେ

ଭକତି ଯୁଟାଇ               ଆସକ୍ତି ତୁଟାଇ

           ତରିଯିବୁ ତ୍ୟାଗ ବଳେ ।

          

ପ୍ରସନ୍ନ କୁମାର ମାଦଳା

ଘ.ନଂ - ଏଫ୍/ ୧୩ , ସେକ୍ଟର-୪

ରାଉରକେଲା - ୭୬୯୦୦୨

ଫୋନ୍ - ୭୯୭୮୧୯୨୨୨୭


Rate this content
Log in