Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasant Kumar Nath

Others

2  

Prasant Kumar Nath

Others

ପ୍ରେମର ସିକୁଳି

ପ୍ରେମର ସିକୁଳି

1 min
180


ପ୍ରେମର ସିକୁଳି

ମୋ ପ୍ରେମ ଝୁଲୁଛି ସିକୁଳିରେ ଆଜି

ତୁମେ ଛାଡି ଗଲାପରେ

ଆଜିବି ତୁମକୁ ଝୁରୁଛି ମୋ ମନ

ରହିଛ ମୋ ହୃଦୟରେ ।


ଭୁଲି ପାରୁନାହିଁ ତୁମକୁ ମୁଁ ପ୍ରିୟା

ମନେପଡେ ତୁମ ସ୍ମୃତି

ଆଉ କାହା ପାଇଁ ମନ୍ଦିରରେ ସିନା

ତୁମେ ଜାଳୁଅଛ ବତୀ ।


ଅବୁଝା ମନକୁ ଥର ଥର କରି

ବୁଝାଏ ଅନେକ ଥର

ଶେଷରେ ମିଳୁଛି ଗୋଟାଏ ଉତ୍ତର

ତୁମେ ଖାଲି ଏକା ମୋର ।


କେମିତି ଭୁଲିବି ଯେଉଁକଥା ସବୁ

କହିଥିଲ ମଥା ଛୁଇଁ

ସେହି କଥା ଆଜି ଆଖିର ଲୁହରେ

ବହୁଛି ନଈଟେ ହୋଇ ।


ମୁଁ ନିଜେ ଜାଣେନା ଜୀବିତ କି ମୃତ

ମୋ ପ୍ରେମଟା ତୁମ ପାଇଁ

ହେଲେ ସେ ଝୁଲୁଛି ସିକୁଳିରେ ଆଜି

ତୁମ ପଥ ଚାହିଁ ଚାହିଁ ।



ପ୍ରଶାନ୍ତ କୁମାର ନାଥ

ସୁନ୍ଦରପୁର,ପ୍ରୀତିପୁର,ଯାଜପୁର ।



Rate this content
Log in