Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sudama Lenka

Others

0.6  

Sudama Lenka

Others

ଜାଗର  ରାତି

ଜାଗର  ରାତି

1 min
7.0K


ଜାଗର ରାତି ଅନେକ ତୃପ୍ତି 

ଶିବ ମହିମାରେ ରହିଛି ଖ୍ୟାତି l

ଏହି ରାତ୍ରି ପୁଣି  ଫଗୁଣରେ ଆସେ ,

ଘଡି ମାରି ଆସେ ଜହ୍ନ l

କୈଳାସ ପର୍ବତେ  ପ୍ରଦୀପ ଜାଳିଲେ ,

ଛନ ଛନ ହୁଏ ମନ l

ଘିଅ ,ଦୀପ ସବୁ  ରଖିଥା ସଜେଇ ,

ଅରୁଆ ଚାଉଳ ସଙ୍ଗେ l

ବେଳ ବୁଡ଼ିଗଲେ  ପ୍ରଦୀପକୁ ଜାଳି ,

ଟେକି ଦେବୁ ବାବା ନେବେ l

ବେଲପତ୍ର ତଥା   ଦୁଦୁରା ଫୁଲ କୁ ,

ରଖିବୁ ତା' ପାଦ ତଳେ l

ବନ୍ଧନ ତୋହର.   ସବୁ ଫିଟିଯିବ ,

କପିଳାସ ଗଲା ବେଳେ l

ମନରେ ରଖିବୁ   ଅଶେଷ ବିଶ୍ୱାସ ,

ରଖିଥିବୁ ପାଦେ ଲୟ l

ଆକାଶ ଦୀପ ଟି  ଉଠିଲା ବେଳକୁ ,

  କହି ଓଁ ନମଃ ଶିବାୟ lll

       

          


Rate this content
Log in