ମଳୟ ଗାଉଛି ଗୀତ
ମଳୟ ଗାଉଛି ଗୀତ
ମଳୟ ଗାଉଛି ଗୀତ
ଆଭାକାନ୍ତ ମହାନ୍ତି
ମଳୟ ଗାଉଛି ଗୀତ ବେପଥୁର ସୁର ତୋଳି,
ପ୍ରଚାରେ ନହୁଲି ପିକ ପିଆଇ ମିଠା ମହୁଲି । ୦ ।
ହେ ଦୂର ବାନ୍ଧବୀ ! ତୁମେ
ବୁଝି କି ପାରୁନ ତାହା,
କାହା ପାଇଁ ଏ ପ୍ରଚାର
ଏଇ ଗୀତି, ଏଇ ବାଆ ?
ବୁଝନା... ବୁଝନା
ଆଉ ଜଣକର ଅନ୍ତର ବେଦନା,
ଫିକା ହେଲାଣି ଯା' ମନର ମହକ,
ଅନ୍ତରରେ ଯା'ର ସାହାରା ଡହକ,
ବର୍ତ୍ତମାନରେ ବି ଅତୀତ ପାଥେୟ
କରିଅଛି ଯିଏ ଖାଲି । ୧ ।
ଫଗୁଣର ଫଲ୍ଗୁ ଧାର
କହୁଥିଲା ମୋତେ ଆସି,
ମନ-ଅଙ୍ଗନ ସଜାଅ
ନୂଆ ରଙ୍ଗ ଆଣିଅଛି,
ଫେରିଲା... ଫେରିଲା
ଦୁଇବିନ୍ଦୁ ଲୁହ ଖାଲି ଦେଇଗଲା,
ନିରାଶା ଆଣିଲା ସିନ୍ଧୁ ବିଚିତକ,
ଡୁବାଇଦେଲା ମୋ ଆଶାର କୋଣାର୍କ,
ପ୍ରୀତି-ସ୍ମୃତି ଖାଲି ଖୋଜେ ସାଉଁଟି ମୁଁ
ଅତୀତ ଦରିଆ ବାଲି । ୨ ।
ନୂଆସାହି, ବିଡ଼ାନାସୀ
କଟକ-୭୫୩୦୧୪
ଫୋନ୍-୯୦୪୦୦୦୩୧୦୧
*****