Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dipti lekha Mishra

Others

4.3  

Dipti lekha Mishra

Others

ଦଶହରା

ଦଶହରା

1 min
7.1K


ମାଆ ଲୋ ଦଶଭୁଜା

ଖୋଲେ ତୋର ଦରଜା

ଆଶୀଷ ଦେଲୋ ମାଆ

ନିତି କରୁଛୁ ପୂଜା ॥

ସିଂହବାହିନୀ ମାଆ

ଅସୁର ବିନାଶିନୀ

ତୋ କରୁଣା ପାଈଁ ମାଁ

କୁଣ୍ଠିତ ଯେ ହୁଅନି ॥

ନାରୀ ହୋଈ ନାରୀର

ରଖେଲୋ ମା ମହତ

ନତୁବା ନାରୀବଂଶ

ହେବ ପୁରା ସମାପ୍ତ ॥

ଲକ୍ଷଲକ୍ଷ ଅସୁର

ଯେ ଜନମ ନେଲେଣି

ଅସୁର ସଂହାରିଣୀ

ହତ କରେ ଏକ୍ଷଣି ॥

ଆଖି ତୋ ଥାଉ ଖୋଲା

ଦେଖୁ ଦୁର୍ଦ୍ଦଶା ଭଲା

ଦୁଷ୍ଟଜନଙ୍କ କର୍ମ

ଶେଷ ହେଉ ଚଂଚଳ ॥

ସବୁ ଆୟୁଧ ତୋର

ଲଗା ମାଆ କାମରେ

ଦୁଃଖ ନରହୁ ମାଆ

ଆଉ ଏ ସଂସାରରେ ॥

ଦିପ୍ତୀଲେଖା ମିଶ୍ର,ବ୍ରହ୍ମପୁର


Rate this content
Log in