ବିଜୟୀ
ବିଜୟୀ
ହାରିବା ଜିତିବା ବଡ଼ କଥା ନୁହେଁ
ବଡ଼ କଥା ନିଜ ମଣିଷ ପଣ।
ମଣିଷ ପଣରେ ଜଗତ ଜିତିଲେ
ସେଇ ଏକା ସିନା ମହତ ଗୁଣ।
ଆତ୍ମ ବଡିମାରେ ଘାରି ହୁଏ ଯିଏ
କ୍ଷଣିକ ସୁଖରେ ହୁଏ ବିଭୋର।
ନିଆରା ମଣିଷ ସେ ବିଜୟ ପାଏ
ପର ଦୁଖେ ଯିଏ ହୁଏ କାତର।
ମିଛ ଅହମିକା ପାଣିର ଫୋଟକା
ଅଳପରେ ଆସି ମିଳେଇ ଯାଏ।
ସଭିଙ୍କ ହୃଦୟ ଯିଏ ଜିତି ପାରେ
ସେଇ ହିଁ ପ୍ରକୃତ ବିଜୟୀ ହୁଏ।