ଟିକେ ଚୁପ୍ ରୁହ
ଟିକେ ଚୁପ୍ ରୁହ
1 min
1.2K
❤❤❤ ଟିକେ ଚୁପ୍ ରୁହ ❤❤❤
ଅମିୟ ବେଜ୍
ଇୟେ ତ଼ ଆମ ଭିତରର କଥା
ଟିକେ ଚୁପ୍ ରୁହ,
ଦୁନିଆର କାନ ଭାରି ଅବିଶ୍ୱାସୀ
ନଜର ଲାଗିବ, ଟିକେ ଚୁପ୍ ରୁହ ।
ଇୟେ ତ଼ ହେଉଛି ତୁମ ମୋ କଥା
ଟିକେ ଚୁପ୍ ରୁହ,
ଆମ କଥା ନେଇ
ଆଉ କେ' କାହିଁକି ଭିତରେ ପଶିବ
ଟିକେ ଚୁପ୍ ରୁହ ।।
ଇୟେ ତ଼ ଆମର ମନତଳ କଥା
ଟିକେ ଚୁପ୍ ରୁହ,
ସରିଯିବ କଥା କହିଦେଲେ ପରା
ସମ୍ଭାଳିକି, ଟିକେ ଚୁପ୍ ରୁହ ।।।
ସବୁ କଥା ଅବା କହିବା ଜରୁରୀ
ଟିକେ ଚୁପ୍ ରୁହ,
ନକହି ନଶୁଣି ବୁଝିଗଲେ ହେଲା
ପ୍ରିୟା ଗୋ ଟିକିଏ ଚୁପ୍ ରୁହ ।।।।
ଘଟଗାଁ, କେନ୍ଦୁଝର
❤❤❤❤❤❤❤❤❤❤❤❤❤