Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KUMUDA CHANDRA DALEI

Inspirational

3  

KUMUDA CHANDRA DALEI

Inspirational

ସଂହତି ଓ ଏକତା

ସଂହତି ଓ ଏକତା

1 min
7.2K


ତୁମେ ପଢ଼ିଲ କୋରାନ୍ ପାଠ

ମୁଁ ପଢୁଛି ଗୀତା

ଆମ ସଭିଙ୍କ ଜନମ ଧାତ୍ରୀ

ସେହି ଭରତ ମାତା... O

ବାଇବଲ୍ କୁ ପଢନ୍ତି ଭାଇ

ଭଉଣୀ ସାହେବ୍ ଗ୍ରନ୍ଥ

ତ୍ରିପିଟକ କୁ ପଢନ୍ତି କେହି

କେହି କେ ଜୈନ ସନ୍ଥ

ଗ୍ରନ୍ଥରେ ଆମ ଭିନ୍ନତା ସିନା

ଉଦ୍ଦେଶ୍ଯ ଗୋଟେ କଥା.... 1

ନିଜ ଇଛାରେ ଖାଉଚୁ ଖାଦ୍ୟ

ରକତ ଏକା ପରି

ଭଳିକି ଭଳି ପୋଷାକ ଆମ

ନିଜ ରୁଚିକୁ ଧରି

ଚାଲି ଚଳନ ଭିନ୍ନତା ସିନା

ବଳ ଆମ ଏକତା..... 2

ଜଣେ କହଇ ମୋ ପ୍ରଭୁ ଆଲ୍ଲା

ଅନ୍ୟ ପରମା ନନ୍ଦ

ଆରେ କ କହେ ମୋ ପ୍ରଭୁ ଯୀଶୁ

ଆନ କହେ ଗୋବିନ୍ଦ

ଭାବନା ଆମ ଭିନ୍ନତା ସିନା

ଜଣେ ପରମ ପିତା... 3

କେ କଥା ହୁଏ ହିନ୍ଦୀ ଭାଷାରେ

କେ କହେ ଓଡ଼ିଆରେ

ଅନ୍ୟ କାହାର ତେଲୁଗୁ ଭାଷା

ଆରେକ ବଙ୍ଗାଳୀ ରେ

କଥା ଭାଷାରେ ଭିନ୍ନତା ସିନା

ବାନ୍ଧିଛି କ୍ଷିଏ ସୁତା.. 4

ବିଶାଳ ଆମ ଭାରତ ମାଟି

ଗୋଟିଏ ପରିବାର

ଭାଇ ଭଉଣୀ ଭାବନା ନେଇ

କରିଛୁ ଆମେ ଘର

ଆମ ସଂହତି ଏକତା ବଳେ

ହେଲୁ ଜାଗତେ ଜିତା.. 5


କୁମୁଦ ଚନ୍ଦ୍ର ଦଳେଇ

9861889305

Polasara, ଗଞ୍ଜାମ


ଜାତୀୟ ସଂହତି ଓ ଏକତା ସପ୍ତାହ ପାଇଁ ସମର୍ପିତ


Rate this content
Log in

Similar oriya poem from Inspirational