Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nibedita Mishra

Romance

4.8  

Nibedita Mishra

Romance

ଭିନ୍ନଏକ ପ୍ରେମପତ୍ର

ଭିନ୍ନଏକ ପ୍ରେମପତ୍ର

1 min
486


ଆଗୋ ମୋ ସ୍ବପ୍ନର ଚନ୍ଦ୍ରମା,

ଦେଖିଣ ତୁମ୍ଭର ରୂପ ଲାବଣ୍ଯ ଝଲକ

ହେଇଥିଲି ମୁଁ ଯେ ସମ୍ମୋହିତ,

ହୃଦୟେ ବହି ଆଲିଙ୍ଗନ ଅଭିଳାଷ

ଇସ୍ରୋ ସହ ହୋଇଥିଲି ମତ୍ତ।

ମିଳନ ପୂର୍ବରୁ ବିହି ଲେଖିଦେଲା ସିନା

ଆମ ଭାଗ୍ଯେ ବିରହ ବିୟୋଗ,

ହେଲେ ରୋକିପାରିବ କି ହୃଦୟେ ଆମ୍ଭର

ଉଠୁଥିବା ପ୍ରେମର ତରଙ୍ଗ।

ପ୍ରେମ ଏକ ପ୍ରୀତିରସ ଭରା ତଟିନୀଟେ

ଚିର ପ୍ରବାହିତ ସ୍ରୋତ ହୋଇ,

ଅତୃପ୍ତ ଶୋଷର ତୃପ୍ତି ଚରିତାର୍ଥେ

ସଦା ବ୍ଯାକୁଳିତ ହୁଅଇ।

ଫେରିବି ତୁମ୍ଭର ପାଖେ ନିଶ୍ଚେ ଗୋ ପ୍ରେୟସୀ

ମୁଁ କରୁଅଛି ତ୍ରିବାର ସତ୍ଯ,

ମିଳନ ଆମ ସର୍ବତଃ ଦୃଷ୍ଟାନ୍ତ ସାଜିବ

ବିଶ୍ବ ହୋଇବ ହତଚକିତ।



Rate this content
Log in

Similar oriya poem from Romance