Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bhakta Malla

Others

3  

Bhakta Malla

Others

ଅପ୍ରାକୃତ

ଅପ୍ରାକୃତ

1 min
7.0K


ଅହର୍ନିଶି ତୁମ ଅନାସକ୍ତ ପ୍ରେମ

ଅସୀମ ସପନ ଦେଖେ,

ଅନେକ ଆଶାର ଅଙ୍କିତ ରେଖା

ଅନ୍ତିମ ଲେଖା ଲେଖେ ।

ଅନାହତ ଏଇ ଅକ୍ଷର ବ୍ରହ୍ମ

ଅବିନାଶୀ ଆଦ୍ୟା ଶକ୍ତି,

ଅକ୍ଷମ ହୁଏ ବୁଝିବାକୁ ତାର

ଅନନ୍ୟ ତାହାର ଧୃତି ।

ଅବଶେଷ ତାର ଅବିଭାଜ୍ୟ ଅଂଶ

ଅବୋଧ୍ୟ ହୋଇରହେ,

ଅଶେଷ ଇଚ୍ଛାର ପୂର୍ତ୍ତି ନିମନ୍ତେ

ଆୟୂଷ ମୋ ସାରିଦିଏ ।

ଅଗମ୍ୟ ପଥରେ ଗମିବାର ମଜା

ଅଜ୍ଞ ଥାଏ କି' ଜାଣି,

ଅପଳାପ ହେବ ସତ୍ୟର ସିନା

ଅଂଗିକାର କଲେ ଶୁଣି ।

ଅଭିଲେଖା ତୁମ ଅଗ୍ରାହ୍ୟ ନୁହେଁ

ଅଗ୍ରତେ ମୋର ଥୁଆ ,

ଅଂକ ଶାୟିନୀ କରିବାକୁ ତାରେ

ଅର୍ପିତ ମୋର ହିଆ ।

ଅଗ୍ରଗଣ୍ୟ ତୁମ ପ୍ରେମ ର ସ୍ପର୍ଶ

ଅତସୀ କୁସୁମ ସମ ,

ଅମଡା ବାଟରେ ଉଜୁଡି ଯାଇନି

ନୁହଁଇ ପ୍ରଣୟ ଭ୍ରମ ।

ଅଗତ୍ୟା ଏ ପ୍ରେମ ଅନ୍ତିମ ନ ହେଉ

ଅଣାକ୍ଷର ଜପୁ ଥାଉ,

ଅଭାବ ଭାବ କୁ ଅସହ୍ୟ ନ ହେଉ

ଅମଳିନ ଗୀତ ଗାଉ ।

ଶ୍ରଦ୍ଧାର ସହ

ଭକ୍ତ ଚରଣ ମଲ୍ଲ

20th November 2017 .


Rate this content
Log in