Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Romance

2  

Sadananda Sahoo

Romance

ପ୍ରେମ ସ୍ୱପ୍ନ ଗଢେ ନୀଡ଼

ପ୍ରେମ ସ୍ୱପ୍ନ ଗଢେ ନୀଡ଼

1 min
7.1K



ପ୍ରେମ ସ୍ୱପ୍ନ ଗଢେ ନୀଡ଼ ସରାଗରେ

ପ୍ରେମର ସ୍ୱୀକୃତି ପାଇଁ ;;

ପ୍ରେମ ପୂଜାରିଣୀ ମନର ମାନିନୀ

ହୃଦୟ କୁ ଦିଏ ଛୁଇଁ !!

ପ୍ରେମର ପ୍ରେମିକ ସପନ ବଣିକ

ପ୍ରେମ ସ୍ୱପ୍ନ ଦେଖେ ବେଶି ;

ପ୍ରେମର ପ୍ରେମିକା ସ୍ମୃତି ନିହାରୀକା

ଆସେ ସତେ ହସି ହସି !!

ପ୍ରେମସୁନା ନୀଡ଼ ଦୁହିଁଙ୍କ ସପନ

ହୃଦୟରେ ଭରେ କୋହ ;

ସତେକି ସମ୍ଭବ ଏ ପ୍ରେମର ବିଭବ

ତୁଟେ ନାହିଁ ଜମା ମୋହ !!

ପ୍ରୀତି ସ୍ମୃତି ଛବି ଉଙ୍କିମାରେ ନିତି

ଆଶା ଆଉ ବିଶ୍ୱାସରେ ;;

ଦୁନିଆଁ ବୁଝେନା ପ୍ରେମର ବେଦନା

ନୟନୁ ଲୋତକ ଝରେ !!

ହୃଦୟ ମନ୍ଦିରେ ପ୍ରେମ ଦୀପ ଜଳେ

ଦିବାନିଶି ଅବିରତେ ;

ପ୍ରେମିକା ସୁନ୍ଦରୀ ପ୍ରୀତି ପୁଷ୍ପ ଢାଳି

ଶୁଭ ମନାସଇ କେତେ !!

ସମାଜ ବିଦ୍ୱେଷ କରେ ପ୍ରତିରୋଧ

ପବିତ୍ର ମିଳନ ପାଇଁ

କେତେ କଟକଣା କରେ ବାଟବଣା

ଏ ଯୌବନ ଉଠେ ଚେଇଁ !!

ପ୍ରେମରେ ବିରହ ନୁହେଁ ଶୁଭଙ୍କର

ପ୍ରେମ ପକ୍ଷୀ ଢାଳେ ଲୁହ ;

ପ୍ରେମ ନୀଡ଼ ଖୋଜେ ସୁନା ସାଥୀଟିଏ

ହୃଦୟ ରେ ଭରି ସ୍ନେହଁ !!

ସବୁ ପ୍ରେମ ଆଶା କହେ ମନ ଭଷା

ନିଅାରା ସଙ୍କେତ ପେଶି ;

ପ୍ରେମ ପ୍ରେମୀ ଏକା ପାରିଥାନ୍ତି ବୁଝି

ସରାଗେ ଦିଅନ୍ତି ହସି !!

ପ୍ରେମର ସାର୍ଥକ ହୋଇବ ନିଶ୍ଚୟ

ପବିତ୍ରତା ପାଳନରେ ;

ପ୍ରେମ ନୀଡ଼ ଖାଲି ଜମା ପଡ଼ିବନି

କହୁଛି ମୁଁ' ଦୃଢ ସ୍ଵରେ !!

ପ୍ରେମିକା ପ୍ରେମିକା ନିଭାଅ ଭୂମିକା

ଜଳିବ ମହାର୍ଘ୍ୟ ଦୀପ ;;

ପ୍ରେମହିଁ ପବିତ୍ର ପ୍ରେମହିଁ ଶାଶ୍ୱତ

ପ୍ରେମ କେଵେ ନୁହେଁ ପାପ !!

ପ୍ରେମ ନୀଡ଼ଗଢ ଶୁଦ୍ଧ ମନ ଚିତ୍ତେ

ଏଇମୋର ଅନୁରୋଧ ;

ସୁଖର ସୌହାର୍ଦ୍ଦ୍ୟ ହେବ ସଦା ଭୋଗ

ପୂଜ୍ୟଷ୍ପଦ ହେବ ପ୍ରେମ !!


ସଦାନନ୍ଦ ସାହୁ ;

କାରାକର୍ମଚାରୀ ;;

କେନ୍ଦ୍ରୀୟ କାରାଗାର ; କଟକ ;ଚୌଦ୍ୱାର🙏


Rate this content
Log in

Similar oriya poem from Romance