Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Parshuram Biswal

Others

2  

Parshuram Biswal

Others

କି ଦୋଷ ମୁଁ କଲି, ହେଲି ବୋଲି ବେକାର

କି ଦୋଷ ମୁଁ କଲି, ହେଲି ବୋଲି ବେକାର

1 min
6.5K


କି ଦୋଷ ମୁଁ କଲି, ହେଲି ବୋଲି ବେକାର

 

ପର୍ଶୁରାମ ବିଶ୍ୱାଳ

 

ମାଟି ନୁହେଁ ମାଟି ନୁହେଁ, ନୁହେଁ ମୁଁ ପଥର

ସହି ସହି ସୀମାରେଖା ଟପିଲାଣି ମୋର

କହ କଳାଠାକୁର

କି ଦୋଷ ମୁଁ କଲି, ହେଲି ବୋଲି ବେକାର

କେତେ ମୁଁ ସହିବି କାହା ଲାଂଛନାଭାର ?

 

ମମତାମୟୀ ମୋ ମାଆ କରେନା ଆଦର

ବାପାସ୍ନେହ କି ମିଳିବ ଚାନ୍ଦଠୁ ସେ ଦୂର

ଟାଣି ବସେଇଲେ ପୁଅ ବସେନା ମୋ କୋଳ

କହେ ସେ ପଇସା ଦିଏ ଦାଦା ଭାରି ଭଲ

କାହା କଥା କି କହିବି ,କାହା ଗୁଣ କି ଗାଇବି

କି କହିବି ଯାହା କରେ ଘରଣୀ ମୋର

ନିତି ସଞ୍ଜ ସକାଳେ ମୁଁ ହୁଏ ଜୁହାର ।

 

ବନ୍ଧୁ ଯାଏ ବାଟଭାଙ୍ଗି ତା ବାଟେ ଚାଲି

ମାଗିଥିଲି ଶହେଟଙ୍କା ଦବାକୁ କାଲି

ମୋ କଥା ଶୁଣେନା ଘର ଚାକର ଟୋକା

ତା ଯାତରା ଦେଖାକୁ ମୋ ନାହିଁରେ ଟଙ୍କା

ଆରେ ନନ୍ଦନନ୍ଦନ , ଆରେ ମଧୁସୂଦନ

ନାହିଁ ରୋଜଗାର ନାହିଁ ଭକତି ହାର

କି ଦେବି ତତେ ନେଏ ତୁ ଲୁହ ଦି’ଧାର ।

 

ଗ୍ରା.-ମିତ୍ରସେନପୁର, ପୋ.ଅ.-ଗମୁଁ

ଭା.-ଇନ୍ଦୁପୁର, ଜି.-ଯାଜପୁର, ପିନ୍-୭୫୪୨୧୪

ଫୋନ୍-୯୮୫୩୭୫୯୭୦୦

*****


Rate this content
Log in