Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Hrushikesh Satpathy

Others

2  

Hrushikesh Satpathy

Others

ବଞ୍ଚିବି ବଞ୍ଚିବି,ତାକୁ ବଞ୍ଚାଇବି

ବଞ୍ଚିବି ବଞ୍ଚିବି,ତାକୁ ବଞ୍ଚାଇବି

1 min
4.4K


ସେଇତ ଦୁନିଆଁ
ଯେଉଁ ଦୁନିଆଁ ରେ
ତୁମ ଘର ମୋ'ଘର ।

ତୁମ ଘରେ ଜଳେ
ଲାଵଣ୍ଯ ପ୍ରଦୀପ
ମୋ'ଅଗଣା ଅନ୍ଧକାର ।

ତୁମ ପ୍ରଦୀପରେ
ଘିଅ ଢଳା ହୁଏ
ମୋ'ଦୀପ ଟି ଅନ୍ଧାରୁଆ ।

ଅନ୍ଧାରୁଆ ଦୀପେ
ଆଲୁଅ ଖୋଜି ମୁଁ
ହେଉଅଛି ନିରାଶ୍ରୟା ।

ତୁମେ ବି ଜନନୀ
କୋଳରେ ବଢ଼ିଛ
ମା ପଣତରେ ହସି ।

ଦିନ ବିତାଇଛ
ମମତା ମୟୀଙ୍କ
ହସି ହସି ଖୁସି ଖୁସି ।

କଥାରେ ଶୁଣିଛି
ସୁନ୍ଦର ସଂସାର
ଈଶ୍ୱର ଅଛନ୍ତି ଜଣେ ।

ତାଙ୍କ ଦରବାରେ
ପାତର ଅନ୍ତର
ଭାବି ପାରୁନି ମୋ' ମନେ ।

ଭାବି ମୁଁ ପାରୁନି
କେଉଁ ଅଭିଶାପ
କାହିଁକି ଲାଗିଛି ମୋତେ ।

ଦୁଆରେ ଦୁଆରେ
ରାସ୍ତାରେ ରାସ୍ତାରେ
ବିକଳେ ବଞ୍ଚୁଛି କେତେ !

ମୋ'ଆଖି ଆଗରେ
ଭୋଖିଲା ପେଟରେ
ସାନର ଦରଦ ଦେଖି ।

କେମିତି ମାଗିବି
ମୋ'ପାଇଁକି ଦାନା
ପାରୁନି ମୁଁ ତାହା ଶିଖି ।

ନୀରବ ନୟନେ
ମଥା ପାତି ଦେଇ
ମୋ'ଲୁହକୁ ଦିଏ ପିଇ ।

ବଞ୍ଚିବି ବଞ୍ଚିବି
ତାକୁ ବଞ୍ଚାଇବି
ସେ ଯେ ମୋର ସାନ ଭାଇ ।

ହେ ଠାକୁର ତୁମେ
ନୁହଁ ତ ନିର୍ଦୟ
ମୋ' ଦେହେ ଶକତି ଦିଅ ।

ବିବର୍ଣା ହୁଏ ମୁଁ
ବରଂ ସହିଯିବି
ସାନ ମୁହେଁ ସୁଖ ଦିଅ ।

ଜନମ ନେଇଛି
ବଞ୍ଚିବାକୁ ଅଛି
ନିଜ ପାଇଁ,ଆନ ପାଇଁ ।

ସଂଘର୍ଷ କରିବି
ସଂଗ୍ରାମୀ ସାଜିବି
ତାକୁ ବଞ୍ଚାଇବା ପାଇଁ ।

ଈଶ୍ୱର ଦୁଆର
କରିବି ନିଜର
ମୋ'ମମତା ବାଣ୍ଟି ବାଣ୍ଟି ।

ଏଇତ ଜୀବନ
ମୋ'ଭାଗ୍ୟ ଲିଖନ
କଲି ମୁଁ ତୁମକୁ ସାକ୍ଷୀ ।


Rate this content
Log in