Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Abhakanta

Others

4  

Abhakanta

Others

ବାଟୋଇ ରେ...

ବାଟୋଇ ରେ...

1 min
13.5K


ବାଟୋଇ ରେ...

 

ଆଭାକାନ୍ତ ମହାନ୍ତି

 

       ବାଟୋଇ ରେ... ବାଟୋଇ ରେ... ବାଟୋଇ ରେ...

ଚାଲିଛି ପବନ ଖେଳ            ଦିନରାତି ଅବିରଳ

       ଚାଲିବା ତ ଦିନେ ହେବ ଶେଷ,

ପବନ ଭୁଲିଲେ ବାଟ            ସରିବ ସକଳ ନାଟ

       ରହିଯିବ ବହୁ ଅବଶୋଶ,

       ବାଟୋଇ ରେ...

       କାମନାର ନାହିଁ ଅବକାଶ । ୦ ।

 

ଆସିଲୁଣି ଯେତେ ଦୂର           ସବୁକୁ ଭାବୁ ନିଜର

       ଅଜଣା ତ ଆଗକୁ ଦି'ପାଦ,

ସବୁ ହେବ ଦିନେ ପର           ହାତ ଖାଲି ହେବ ତୋର

       ହେବୁ ଅନୁତାପରେ ବିଷାଦ,

       ବାଟୋଇ ରେ...

       ବେଳ ଥାଉଁ ବର ତୁ ସନ୍ତୋଷ । ୧ ।

 

ଦୁଇଦିନ ଅଭିନୟ         ଏ ଭିତରେ କର ଥୟ

       ଆସିଥିଲୁ ଏ ମଞ୍ଚେ କାହିଁକି,

ବେଳ ନାହିଁ ବେଳ ନାହିଁ          ସୁଅମୁହେଁ ନୋହି ବାଇ

       ଚେତି ଚିନ୍ତ ତୋ ଚିତ୍ତସାଇଁଙ୍କି,

       ବାଟୋଇ ରେ...

       ରଖ ଆସିବାର ଅବଶେଷ । ୨ ।

 

ନୂଆସାହି, ବିଡ଼ାନାସୀ

କଟକ-୭୫୩୦୧୪

ଫୋନ୍-୯୦୪୦୦୦୩୧୦୧

*****


Rate this content
Log in