Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bauribandhu Lenka

Inspirational Others

5.0  

Bauribandhu Lenka

Inspirational Others

ସମ୍ପର୍କର ଶୂନ୍ୟ ସ୍ଥାନ

ସମ୍ପର୍କର ଶୂନ୍ୟ ସ୍ଥାନ

1 min
7.2K


ଛୋଟ ପରିବାର ସୁଖୀ ପରିବାର

ନେଲେ ସର୍ବେ ଆପଣେଇ

ପୁଅ ହେଉ କି ସେ ଝିଅ ହେଉ ଆଉ

ଏକରୁ ଅଧିକ ନାହିଁ॥

ପରିବାର ମଧ୍ୟେ ଭାଇ କି ଭଉଣୀ

ଡାକିବାକୁ ନାହିଁ କେହି

ନାହାନ୍ତି ଦିଅର ନାହାନ୍ତି ଭାଉଜ

ନଣନ୍ଦ କି ନଣଦେଇ॥

ବଡବାପା ବଡବୋଉ ଦାଦା ଖୁଡୀ

ମିଳିବେନି ପରିବାରେ

ଶଳା ଶାଳୀ ଆଉ ମିଳିବେନି ଯେବେ

ଯିବ କେ ଶଶୁର ଘରେ॥

ମିଳିବେନି ଦେଢଶୁର ଦେଢଶାଶୂ

ଯାଆ ଆଉ ମାମୁଁ ମାଇଁ

ମଉସା ମାଉସୀ ପିଉସା ପିଉସୀ

ଡାକ ବି ଶୁଭିବ ନାହିଁ॥

ଘରେ ଏକା ଥିବେ ବୃଦ୍ଧ ପିତା ମାତା

ପୁଅ ବୋହୁ କର୍ମ ସ୍ଥଳେ

ସାହା ହେବା ପାଇଁ ପାଶେ କେ ନଥିବେ

ବିପଦ ଆପଦ ବେଳେ॥

ସମ୍ପର୍କର ଏହି ସବୁ ଶୂନ୍ୟ ସ୍ଥାନ

ସୃଷ୍ଟି ହେବ ଏ ସଂସାରେ

ସେ ସ୍ଥାନ କି ଆଉ ପୂରଣ ହୋଇବ

ପ୍ରଶ୍ନବାଚୀ ସୃଷ୍ଟି କରେ॥

******


Rate this content
Log in

Similar oriya poem from Inspirational