ଆତ୍ମା
ଆତ୍ମା
1 min
99
ଅମାନିଆ ମନଟା କେବେ
ବୁଝିଥିଲା ନା ଜାଣିଥିଲା ତାକୁ
ପ୍ରଥମ ଦେଖାରେ ତ ସେ
ହାଣି ଦେଇଥିଲା ଛାତିକୁ
ଚୋରି କରି ନେଇଥିଲା ହୃଦୟକୁ
ଗୋଲାପି ଓଠର ମୃଦୁ ହସରେ ।
କିଏ ଅବା ନ ଦେବ ହୃଦୟ ତାକୁ
ସୂତା ପରି କଟି ସହ ରାଜହଂସି ଚାଲି
ନିରୀହ ହରିଣୀ ମନ ନୀଳ ନୟନା
ଭାସିଆସେ ଓଷ୍ଠ ରୁ ଯାହାର
କୋଇଲିର ସୁମଧୁର ତାନ
ଭାବ ବିହ୍ବଳ କରିଦିଏ ତନୁ ମନକୁ ।
ହଠାତ୍ ଜୋରରେ ଆଘାତ୍ ହୁଏ
ଦୁନିଆଁଟା ଅଂଧାର ପରି ଲାଗେ
ହୋ ହାଲ୍ଲା ଜୋର୍ ଜୋର୍ ଶୁଭୁଥାଏ
ପାଣି ଆଣ , ଆମ୍ବୁଲାନ୍ସ ଡାକ
ଧିରେ ଧିରେ ଶବ୍ଦଗୁଡ଼ା ଦୁରରୁ ଦୁରକୁ
ଦୁରେଇ ଯାଉଥାଏ କାନଠାରୁ,
ଝାପସା ଝାପସା ଦିସୁଥିବା ପ୍ୟାଣ୍ଟତଲ
ଚପଲ ବୁଟ୍ ଗୁଡାକ ମିଶିଯାଉଥାଏ ଅଂଧାରରେ ।
ହେଇତ ! ସେ ସପନର ଅପସରି
ଧଳା ଡ୍ରେସରେ ଯାଦୁବାଡି ଧରି
ଆସୁଛି ପାଖକୁ ଡେଣାକୁ ଉନ୍ମୁକ୍ତ କରି ,
ହୃଦୟ ବଦଳରେ ଆତ୍ମାକୁ ନେବାକୁ ।