Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasant Kumar Nath

Comedy

3  

Prasant Kumar Nath

Comedy

ମୁଁ କଳିର ସାବିତ୍ରୀ

ମୁଁ କଳିର ସାବିତ୍ରୀ

1 min
7.2K


ଚିହିଁକି ଉଠିଲେ କଳିର ସାବିତ୍ରୀ

ଯମଠୁଁ ପାଇକି ଚିଠି

ସେବେଠାରୁ ସିଏ ସଜେଇ ରଖିଲେ

ଘରର ବେଲଣା କାଠି ।

ଭାବିଲା ସାବିତ୍ରୀ ଯମ କହୁ ଅଛି

ମାରିବ ସ୍ୱାମୀକୁ ମୋହର

ମୋ ସାଥିରେ ପରା ନିଇତି ମରନ୍ତି

ସହି ମୋର ଅତ୍ୟାଚାର ।

ପଅଁରା ଛାଞ୍ଚୁଣି ଅଧା ମୋ ଛିଣ୍ଡୁଛି

କରି କରି ଓଭର ଡିଉଟି

ଖାଇ ପିଇ ନିତି ଖଟରେ ଶୋଉଛି

ବଜାୟ ରଖିଛି ବିଉଟି ।

ମୁଁ ପରା ଅଟଇ କଳିର ସାବିତ୍ରୀ

ତାଙ୍କ ପରେ ପୁରା ରାଇଟି

ସେ ପାଇଁ ପରା ମୁଁ ନାଇଟି ପିନ୍ଧିକି

ନିଇତି କରୁଛି ଫାଇଟି ।

ପଲଙ୍କେ ଶୋଇକି ସକାଳୁ ସକାଳୁ

କହିଦେଲେ ଗୁଡ଼ ମର୍ଣ୍ଣିଙ୍ଗି

ଅତି ସହଜରେ ବୁଝି ସେ ଯାଆନ୍ତି

ତାଙ୍କ ପାଇଁ ତାହା ୱାର୍ଣ୍ଣିଙ୍ଗି ।


ଜାଣିଛନ୍ତି ସିଏ ବିଛଣାରେ ଶୋଇ

ଚା ପିଇବାଟା ମୋ ହାବିଟି

ସେପାଇଁ ବନେଇ ନିତି ଦେଉଥାନ୍ତି

ନକରି ଜମାରୁ ଗ୍ରାବିଟି ।

ବାସନ କୁସନ ସବୁ ସେ ମାଜନ୍ତି

କାଳେ ହେବ ମୋତେ କୋଲଡ଼

ନହେଲେ ଜାଣନ୍ତି ତାଟିଆ କଂସାରେ

କରିବି ତାଙ୍କୁ ମୁଁ ବୋଲଡ଼ ।

ଆଣିବେନି ବୋଲି କହୁଥିଲେ ସିଏ

ଶୁଣିକି ମୋର ଭଏସ

ଦାମୀ ଶାଢ଼ୀ ଖଣ୍ଡେ ଧରିକି ଆସିଲେ

ହୋଇଗଲା ମୋର ଚଏସ ।

ଜନ୍ତୁପତି ଯଦି ନେବାପାଇଁ କୁହେ

ଏମିତି ସ୍ୱାମୀଙ୍କୁ ମୋହର

କିଏସେ କରିବ ସେବା ଯତ୍ନ ମୋର

ଖାଇବ ମୋଠାରୁ ପ୍ରହାର ।

ଆଉ କି ମିଳିବ ଅଜ୍ଞାଧୀନ ସ୍ୱାମୀ

ମୋର ଗୋଡେ ବଡ଼ିଗାର୍ଡ

ପକେଟଟା ସତେ ତାଙ୍କର ମୋପାଇଁ

ଅଟଇ କ୍ରେଡିଟ୍ ଆର୍ଡ ।

ଆଣିଛି ଗୋଟିଏ ବିଅର ବୋତଲ

ସେଥିରୁ ମାରିକି ପାନେ

ଏମିତିକା ନାମ ଦେବି ମୁଁ ଜମକୁ

ଆସିବନି ଆଉ ଦିନେ ।

    ,*****

ପ୍ରଶାନ୍ତ କୁମାର ନାଥ

ସୁନ୍ଦରପୁର,ଉତ୍ତରକୂଳ ହାଟ୍,ପ୍ରୀତିପୁର,ଯାଜପୁରକା


Rate this content
Log in

Similar oriya poem from Comedy