ଜୀବନ ଗୀତା- ୪୩
ଜୀବନ ଗୀତା- ୪୩
1 min
6.6K
ଜୀବନ ଗୀତା- ୪୩
ଜୀବନେ ଜୁଆର କେତେ
ଆସିଛି ଯାଇଛି
ଅସୁମାରି ଲହରୀକୁ
ବସି ମୁଁ ଗଣିଛି ॥୦॥
ସାଗର ବେଳାର ସେଇ
ଭିଜାଭିଜା ବାଲୁକା
ଆଶାର ମିନାର ତୋଳି
ସାଉଁଟିଛି ଶାମୁକା
ଜୀବନ ତରୀରେ ବସି
ଦୁନିଆକୁ ଦେଖିଛି ॥୧॥
ଜୋଛନା ପରଶେ ଢେଉ
ଉଛୁଳିଛି ସାଗରେ
ସାଥୀ ପାଇଁ ଜିତିଅଛି
ଜୀବନର ସମରେ
ହଜାଇ ସେ ସାଥୀଟିକୁ
ଆଜି ମୁଁ ଖୋଜୁଛି ॥୨॥