ବାପା
ବାପା
ବାପା ଆମ ବରଗଛ
ଦିଅନ୍ତି ଆମକୁ ଛାଇ
ସେହି ମହାଦ୍ରୁମ ତଳେ
ଚିନ୍ତା ଆମ ଯାଏ ଶୋଇ ।
ଆକାଶର ଵୁକୁ ପରି
ବିଶାଳ ହୁଦୟ ତାଙ୍କ
ସେହି ଛାତ ତଳେ ପିଲା
ଲଭୁ ଥାନ୍ତି କେତେ ସୁଖ ।
ବରଷା ଓ ଖରାରେ ସେ
ଛତା ପରି ରହି ଥାନ୍ତି
ପିଲାଙ୍କର ସବୁ ଦୁଃଖ
ମୁଣ୍ଡେଇ ସେ ନେଇଥାନ୍ତି ।
ବାପା ହାତ ଧରି ପିଲା
ଚାଲେ ଧୀରେ ଆଗେ ଆଗେ
ସବୁ ବୋଝ ଲଦି ଦିଏ
ବାପା ଙ୍କ ର ମୁଣ୍ଡ ପରେ ।
ବାପା ଅଟନ୍ତି ଆମର
ଦୁଃଖ ସୁଖ ର ସାଥୀ
ଅନ୍ତର ରେ ସ୍ନେହ ରଖି
ଉପରେ ଗାଳି ଦିଅନ୍ତି ।
ବାପା ଥିଲେ ପିଲା ପାଶେ
ଡର ନାହିଁ ଭୟ ନାହିଁ
ସବୁ ବିପଦ କୁ ବାପା
ନିଅନ୍ତି ବୋଝ ମୁଡାଇ ।
ପାଖରେ ନଥିଲେ ଧନ
ଧାର କରଜ୍ କରନ୍ତି
ଦିନ ରାତି ଖଟି ଖଟି
ପିଲାଙ୍କୁ ମଣିଷ କରନ୍ତି ।
ବାପା ପରି କିଏ ହେବ ଆଉ
ଆଉ ଏତେ ଧୈର୍ଯ୍ୟବାନ୍
ଘରର ମୂରବୀ ସିଏ
ଘରେ ଚଳେ ତାଙ୍କ ଦାନ ।
କେତେ ଦୁଖ କଷ୍ଟ ସିଏ
ସହୁ ଥାନ୍ତି ଘର ପାଇଁ
ପିଲା ତାଙ୍କ ମଣିଷ ହେଲେ
ସବୁ ଦୁଖ ଯାଏ ବୋହି ।
କେବେ କରିବାନି ଆମେ
ବାପା ଙ୍କୁ ଆମ ହତାଦର
ରଖି ଥିବା ଭକ୍ତି ମନେ
କରୁ ଥିବା ସମ୍ମାନ ଆଦର ।
କିଏ ହେବ ବାପାପରି
ଶ୍ରେଷ୍ଠ ଏହି ଜଗତରେ
ପିଲାଙ୍କ ଭବିଷ୍ୟ ପାଇଁ
ମଜିରୁହନ୍ତି ସ୍ୱପ୍ନରେ ।
ପିଲାଙ୍କ ମଥାରେ ଥାଏ
ବାପା ଙ୍କ ଆଶିଷ ହାତ
ସେହି ବାପା ଙ୍କୁ ମୋର
କୋଟି କୋଟି ମଥା ନତ ।
-୦-
ଅମ୍ବିକା ସ୍ୱାଇଁ ଭୁବନେଶ୍ୱର
୯୭୭୭୫୯୯୬୯୫