ତୁମରି ସ୍ମୃତିରେ
ତୁମରି ସ୍ମୃତିରେ
1 min
6.9K
ତୁମରି ସ୍ମୃତିରେ
କହିଥିଲ ବାଟ ଚାଲିବ ମୋ ସାଥେ, ଛାତିକୁ ପଥର କରି,
ଅଧବାଟେ ମୋତେ ଛାଡି ଚାଲିଗଲ ପଛ କଥାକୁ ପାସୋରି ।
ମୋ ସୁଖ ଦୁଃଖର ସାଥି ହେବ ବୋଲି କଥା ଦେଇଥିଲ ମୋତେ
ଦେଇଗଲ ଯେଉଁ ଦୁଃଖର ଜହର କାହାକୁ କହିବି ସତେ ।
କାହାକୁ କହିବି ମନ କଥା ମୋର କିଏସେ ଶୁଣିବ ବସି,
ମନ କଥା କୁହ କାହା ପାଖେ କହି ହେବି ମୁହିଁ ହସ ଖୁସି ।
ଜୀଇଁବା ମାରିବା ସବୁ ମୋ ସମାନ ତୁମେ ଛାଡି ଗଲାପରେ,
ମରି ମରି ଆଜି ଜିଇଛି ସତେ ମୁଁ କେବଳ ତୁମ ସ୍ମୃତିରେ ।
ପ୍ରଶାନ୍ତ କୁମାର ନାଥ ସୁନ୍ଦରପୁର,ପ୍ରୀତିପୁର,ଯାଜପୁର ।
ମୋ-08892301143