Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Pattnayak

Romance

3  

Santosh Pattnayak

Romance

ପ୍ରେମ

ପ୍ରେମ

1 min
140


ପ୍ରେମ ହିଁ ଜୀବନ ପବିତ୍ର ବନ୍ଧନ

ପ୍ରେମେ ପୁଣି ଭଗବାନ

ପ୍ରେମ ଆମ ମାତା,ପିତା,ଗୁରୁଜନ

ପ୍ରେମେ ଜିଇଁଛି ଜୀବନ ।


ପ୍ରେମ ନୁହେଁ ଖାଲି ଦୈହିକ ମିଳନ

ପ୍ରେମ ଅଟେ ଚିର ସୁନ୍ଦର

ପ୍ରେମିକାର ପ୍ରେମ ପ୍ରଣୟରେ ସିନା

ନୂତନ ସୃଷ୍ଟି ସମ୍ଭାର ।


ପ୍ରେମେ ବ୍ରତୀ ହୁଅ ସମର୍ପଣ ଭାବେ

ବିଭୂପଦେ ରହୁ ମନ

ପ୍ରେମରେ ହଜିଲେ ରାଗେ ଅନୁରାଗେ

ଜୀବନ ଦୁଲ୍ଲଭ ସମ ।


ପ୍ରେମ ତରଳାଏ କଠୋର ହୃଦୟ

ଗର୍ବକୁ କରଇ ଚୁର୍ଣ୍ଣ

ପ୍ରେମ ଏକତାର ମୂଳମନ୍ତ୍ର ଟିଏ

ପ୍ରେମରେ ବିଶ୍ବକୁ ଜିଣ ।


ପ୍ରେମ ଟା’ ପ୍ରେରଣା ମାଦକତା ଭରା

ପ୍ରେମ ଉତ୍ସାହର ସୁଅ

ପ୍ରେମ ପରିଭାଷା ତ୍ୟାଗ,ସ୍ନେହ, ଶ୍ରଦ୍ଧା

ପ୍ରେମରେ ନିମଗ୍ନ ରୁହ ।


Rate this content
Log in

Similar oriya poem from Romance