ଅଯାଚିତ ପ୍ରେମ
ଅଯାଚିତ ପ୍ରେମ
ହୃଦୟର ଅନ୍ଧକାର ଅଳିନ୍ଦକୁ
କରିଛ ଉଜ୍ଜ୍ୱଳ,
ବହ୍ନି ସମ ଚିନ୍ତା ଓ ଅନୁଭବକୁ
କରିଛ ଶୀତଳ।
ପାଇଛି ନିଜକୁ ତୁମ ବାହୁବନ୍ଧନରେ
ସଦା ସୁରକ୍ଷିତ,
ଅଭିନବ ସ୍ପର୍ଶରେ ତୁମ ପାଇଛି ପ୍ରେମ,
ଅସୀମ, ଅଯାଚିତ ।
କ୍ଷଣସ୍ଥାୟୀ ମିଳନ ସ୍ଥଳି,ଏ ସଂସାର
ସ୍ୱର୍ଗ ସଦୃଶ,
ପ୍ରଣୟର ସ୍ୱର୍ଣ୍ଣିମ ଆଭା, ଚତୁର୍ଦ୍ଦିଗେ
କରେ ପ୍ରକାଶ।
ଆନନ୍ଦର ଦୀପ୍ତି ଖୋଲେ ଚେତନାର
ମସୃଣ ଆବରଣ,
ବାସ୍ତବତା ଭେଦିଯାଏ ତ୍ରସ୍ତ ହୁଏ ଯେବେ
ଭାବନାର ମନ୍ଥନ।