ମୁଁ ଲେଖିକା ନୁହେଁ
ମୁଁ ଲେଖିକା ନୁହେଁ
ହଁ ,ଲେଖିକା ନୁହେଁ କି କବିୟତ୍ରୀ ମଧ୍ୟ ନୁହେଁ ,
ତଥାପି ଲେଖୁଛି ଏ କଲମ , ଲେଖୁଛି ଏ ମନ |
କଲମର ଇଶାରା ଆଉ ମନର ଭାବନାର ମିଳନରେ
କାଗଜର ଧଳା ଫର ଫର ଫର୍ଦ୍ଦରେ ଯାଦୁ ହୁଏ |
କିଛି ନ କହି ମଧ୍ୟ ବହୁତ କିଛି କହି ହୁଏ
ଏଇ କଲମର ଜରିଆରେ |
ସବୁ କିଛି ବଖାଣି ବାକୁ ଭଲ ଲାଗେ |
ଆଉ କେବେ କଣ ଏମିତି ଲେଖୁ ଲେଖୁ କଣ ଲେଖି ହେଇଯାଏ
ସେ ସବୁ ଲେଖି ସରିଲା ପରେ ହିଁ ଜଣା ପଡେ |