Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geeta Sarangi

Inspirational Others

3  

Geeta Sarangi

Inspirational Others

ଜୀବନ ଗୀତା-୩୯୯

ଜୀବନ ଗୀତା-୩୯୯

1 min
119


ଜୀବନଟା ସାରା ନିଜ ସହ ନିଜେ

ଲଢେଇ କଲି

କେତେବେଳେ ଜୟ କେବେ ପରାଜୟ

ସିନା ଭୋଗିଲି ॥୦॥

ମଣିଷ ମୁଁ ଅସଲି ନୁହଁଇତ ନକଲି

ନିଜର ନିୟତି ସାଥେ ମୁଁ ଲଢିଛି

ଲଢିଛି ମୃତ୍ୟୁର ସାଥେ

ଟିକିଏ ଟିକିଏ ହୋଇ ଆଗୋଉଛି

ଆଜି ମୁଁ ଜୀବନ ପଥେ

ଭାଗ୍ୟ ସାଥେ ଯୁଦ୍ଧ କରିବାର କଳା

ଶିଖି ମୁଁ ଗଲି ॥୧॥

ଖାଣ୍ଟି ସୁନା ଏ ମନ ଖାଣ୍ଟି ମୋର ଜୀବନ

ଅନ୍ତରେ ଲଢେଇ ବାହାରେ ଲଢେଇ

କରିଛି ମୁଁ କାଳେକାଳେ

ଯନ୍ତ୍ରଣା ଯେତେକ ଗୀତରେ ସଜାଇ

ଗାଇଛି ସୂରର ତାଳେ

ଯୁଦ୍ଧରେ ଯୁଦ୍ଧରେ ଜୀବନ ଜିଇଁବା

କଳା ଅସଲି ॥୨॥


Rate this content
Log in

Similar oriya poem from Inspirational