Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amiya Bej

Others

3  

Amiya Bej

Others

☀☀ ସ୍ତ୍ରୀ ☀☀

☀☀ ସ୍ତ୍ରୀ ☀☀

1 min
6.7K


☀☀ ସ୍ତ୍ରୀ ☀☀

ସ୍ତ୍ରୀ !
ପ୍ରେମିକା ନୁହଁ ଯେ,
ମନ କି ହୃଦୟ ବିନା, ଆଉ କିଛି ଭାବି ନପାରିବ,
ଉଦରର କ୍ଷୀଣ କଷ୍ଟକୁ, ବି ସେ ବୁଝିନେଉଥିବ ।

ସ୍ତ୍ରୀ !
ପ୍ରେମିକା ନୁହଁ ଯେ,
ମାନକରି ମୁହଁମୋଡି, ଓଲଟା ଫେରିଯାଉଥିବ ,
ଲକ୍ଷେ ଇଚ୍ଛା ମାରି ସେ, ତୁମ ସହ ବାଟ ଚାଲୁଥିବ ।।

ସ୍ତ୍ରୀ !
ପ୍ରେମିକା ନୁହଁ ଯେ,
ଛାତି କୋଣେ ପ୍ରାପ୍ତିର, ମଶାଲ ଜାଳି ରଖୁଥିବ,
ପରିପୂର୍ଣ୍ଣା ହୋଇ ସୁଦ୍ଧା, ସର୍ବତ୍ୟାଗ ମନ୍ତ୍ର ଜପୁଥିବ ।।।

ସ୍ତ୍ରୀ !
ପ୍ରେମିକା ନୁହଁ ଯେ,
ରାଗି-ଋଷି ଅଧାବାଟେ, ହାତ ଛାଡିଦେଉଥିବ,
ସାଥେ ଚାଲି ତୁମ ଆଗୁ, ଜୁଇସ୍ୱପ୍ନ ନିତି ଦେଖୁଥିବ ।।।।

(ତୁମେ କିନ୍ତୁ ଅର୍ହନିଶି, ସ୍ତ୍ରୀ ମଧ୍ୟେ, ପ୍ରେମିକାକୁ ଖୋଜିଚାଲୁଥିବ)

✿✿✿ ଅମିୟ ବେଜ୍, ଘଟଗାଁ , କେନ୍ଦୁଝର ✿✿✿


Rate this content
Log in