Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Writer Roja Panda

Others

5.0  

Writer Roja Panda

Others

ଉପହାର

ଉପହାର

1 min
273


ମୁଁ ନୁହେଁ କବି ଯେ ଦେଇପାରିବି

କବିତାର ଉପହାର ,

ମୁଁ ନୁହେଁ ମାଳି ଯେ ଦେଇପାରିବି

ମଲ୍ଲୀ ଫୁଲର ହାର ।

ମୁଁ ସିନା ତୁମପାଇଁ କାକରର ବିନ୍ଦୁଟିଏ ସକାଳର

ସୂର୍ଯ୍ୟ କିରଣରେ ଉଭେଇଯିବି

ତୁମେ ତ ମୋ ପାଇଁ ଜୀବନର ବିନ୍ଦୁଟିଏ

ତୁମକୁ ବା କେମିତି ମୁଁ ଭୁଲିଯିବି ।

ମୁଁ ନୁହେଁ ଲେଖିକା ଯେ ଦେଇପାରିବି

ଗୀତଗୋବିନ୍ଦର ଲେଖା

ମୁଁ ନୁହେଁ ରାଧା ଯେ ହୋଇପାରିବି

ତୁମ ହୃଦୟର ପ୍ରଦୀପଶିଖା ।

ମୁଁ ସିନା ତୁମପାଇଁ ମରୁଭୂମିର ଘାସ ଟିଏ

ମରଣ ଯାହାର ନିଜର

ତୁମେ ମୋ ପାଇଁ ହୃଦୟ ମନ୍ଦିରରେ ଦେବତା

ଆଉ ଏମିତି ଏକ ଉପହାର ଯାହା ଚିର ଅମର ।

ରୋଜା ପଣ୍ଡା

ପୂର୍ଣ୍ଣାନନ୍ଦ ଭବନ,ନେତାଜୀ ନଗର,ମଧୁପାଟଣା, କଟକ


Rate this content
Log in