Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bauribandhu Lenka

Others

5.0  

Bauribandhu Lenka

Others

କି ସୁନ୍ଦର ତୁମ

କି ସୁନ୍ଦର ତୁମ

1 min
13.9K


କି ସୁନ୍ଦର ତୁମ ରତ୍ନ ସିଂହାସନ

କି ସୁନ୍ଦର କଳାବଦନ

କି ସୁନ୍ଦର ଶିରେ ମୟୂର ଚନ୍ଦ୍ରିକା

କି ସୁନ୍ଦର ଚକାନୟନ ।।୦ ।।

କି ସୁନ୍ଦର ଶୁଭ୍ର ସୁମନର ହାର

ଅପୂର୍ବ ଅନନ୍ୟ ସେ କାନ୍ତି

କି ସୁନ୍ଦର ଦିଶେ ନାକେ ନାକୁଆସି

ଲଲାଟେ ନୀଳମଣି ମୋତି ।

କି ସୁନ୍ଦର ରଙ୍ଗା ଅଧରରେ ହସ

ମୋହି ନିଏ ତିନି ଭୁବନ

କି ସୁନ୍ଦର ତୁମ ରତ୍ନ ସିଂହାସନ

କି ସୁନ୍ଦର କଳାବଦନ ।।୧।।

କି ସୁନ୍ଦର ତୁମ ବାଇଶିପାହାଚ

କି ସୁନ୍ଦର ସିଂହଦୁଆର

କି ସୁନ୍ଦର ତୁମ ବଡଦାଣ୍ଡ ଶୋଭା

ସୁନ୍ଦର ଆନନ୍ଦ ବଜାର

କି ସୁନ୍ଦର ଉଡେ ନୀଳଚକ୍ରେ ନେତ

ନାମ ତା ପତିତପାବନ

କି ସୁନ୍ଦର ତୁମ ରତ୍ନ ସିଂହାସନ

କି ସୁନ୍ଦର କଳାବଦନ ।।୨।।

କି ସୁନ୍ଦର ତୁମ ସୁନାବେଶ ଆଉ

କି ସୁନ୍ଦର ବଡସିଂହାର

କି ସୁନ୍ଦର ତୁମ ପହଣ୍ଡି ବିଜୟ

କି ସୁନ୍ଦର ଗଜ ଉଦ୍ଧାର

କି ସୁନ୍ଦର ତୁମ ଚନ୍ଦନର ଚାପ

କି ସୁନ୍ଦର ଗହ୍ମା ଝୁଲଣ

କି ସୁନ୍ଦର ତୁମ ରତ୍ନ ସିଂହାସନ

କି ସୁନ୍ଦର କଳାବଦନ ।।୩।।

ସୁନ୍ଦର ତୁମ ଏ ଧରଣୀରେ ଯେତେ

ପଶୁପକ୍ଷୀ ନର କିନ୍ନର

ସବୁ ସୁନ୍ଦରର ତୁମେ ଅଧୀଶ୍ୱର

ହେ ମୋର ଜଗତ ଈଶ୍ୱର

ସୁନ୍ଦର ସେ ଛନ୍ଦା ଚରଣେ ଶରଣ

ମାଗେ ଆହେ ଚକାନୟନ

କି ସୁନ୍ଦର ତୁମ ରତ୍ନ ସିଂହାସନ

କି ସୁନ୍ଦର କଳାବଦନ ।।୪।।

********


Rate this content
Log in