Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prayash Kumar Bhue

Inspirational

3  

Prayash Kumar Bhue

Inspirational

ଝାରସୁଗୁଡ଼ା

ଝାରସୁଗୁଡ଼ା

1 min
13.7K


ବଦଲି ଗଲା ଝାରସୁଗୁଡ଼ା

ତାର ପାଏନ ପବନ୍

ମାଟିର ବାସ୍ନା,

କାହି ସେ ଝାରସୁଗୁଡ଼ା?

ବାଦଲ କେ ଛୁଉଁ ଥିବାର

ଅମାରତ ତଲେ

ହଜିଗଲା ପୁଆଲ ଖପର

ମାଟିର ଘର |


ନାଇଁ ଶୁଭ ବାର ଆଉ

କୁଇଲିର କୁହୁ କୁହୁ

ମିଠା ଗୀତ,

ହଜି ଯାଇଛେ କାରଖାନାର

ଘଁ ଘାଁ କାନ ଫଟା ଶବଦ|


ନାଇଁ ଦିସବାର ଆଉ ଜଂଗଲ ଝାର

ଜୀବ୍ ଜଁତୁ ଚେରେ ଚିର୍ଗୁନ

ମୁନୁସ ହୁତହୁତ ହଇ

ବଢ଼ବାର ଲାଗି

ବସା ଛାଡ଼ଲେ କାନ୍ଦି ଗଗେଇ

ଗଢ଼ି ଉଠଲା କାର୍ଖାନା |


ପରକୁତିର ମିଠା ସୁଆଦିଆ ପବନ

ହଜିଗଲା କାର୍ଖାନାର

କଲା ମିସମିସ କୁହୁଲା ଥି

ସାଗୁଆ ଗଛ ସବୁ କଲା ଦିସଲା |


ଉନ୍ନତି କରୁଛୁ କି

ଧଁସ ହେବାର ଆଡ଼େ ପାହା

ପକେଇଛୁ, କେ ଜାନେ |

ପରଦେସିଆ ଆସଲେ

ତାକର ଭାସା ସଁସକୁରୁତି ନେଇ |


ମାଁର ଭାସା ହରାଲା

ତାକର ପଛା ଧଏଲା

ଆମର ପୂଜା ପରବ ଛାଡ଼ଲା

ସଁସକୁରୁତି କେ ହିନମାନ

ନଜର କଲା

ଟିକେ ପଢ଼ି ଲେଖି ଶିଖିତ

ହେଲା ଯେ |


ବାଃ ! ଆମେ ଟେଂଗଟା

ହଇଗଲା ଛନେ କେ ବଦଲି

ମାଆର ଭାସା ସଂସକୁରୁତିନୁ

ତ ଶିଖୁଛୁ ଭାବ ପେରେମ

ସେନେହ ମମତା ଗାଲି ଗୁଲଜ,

ଆଉ ଏଛେନ ପାସରି ଦେଲୁ ା


ପର୍କୁତି କେ ତରସ୍ ନରସ୍ କରି

ଉନ୍ନତି ହଉଛେ କି

ଅବସାନ୍ ହେଟା

ବେଲ ଆସଲେ ବୁଝବାର

ସମିଆ ନି ଥିବା |


ପ୍ରସନ୍ନ ପ୍ରୟାସ ଭୁଏ

ପ୍ରଧାନପାଲି, ସମ୍ବଲପୁର


Rate this content
Log in

Similar oriya poem from Inspirational