ଏମିତି ସମାଜ
ଏମିତି ସମାଜ
ସବୁ ଠାରୁ ସସ୍ଥା, ଅଟେ ଉପଦେଶ,
ମାଗିବା ପୂର୍ବରୁ ମିଳେ ।
ହଜାର ହଜାର, ଉପଦେଶ ଦେବେ,
ବେଢ଼ି ଯାଇଣ ସକଳେ ।।
ହଜାର ଲୋକଙ୍କୁ, ମାଗି ମାଗି ଯାଅ,
ସାହାଯ୍ୟ ଟିକିଏ ପାଇଁ ।
ପାଦତଳେ ପଡି,କରଯୋଡି ଯେତେ,
ଜଣିଏ ଆସିବେ ନାଇଁ ।।
ଏମିତି ଦୁନିଆ, କେହି ନୁହଁ କାର,
ସବୁ ଯେ ମାୟାରେ ବାୟା ।
ନିଜ ଖୁସି ଦେଖି, ପାରିବେନି ସହି,
କୁମ୍ଭୀର କାନ୍ଧଣା ଛାୟା ।।
ନିଜ ଦୁଃଖ ଦେଖି, ଲୋତକ ଝରାନ୍ତି,
ସାହି ଭାଇ ହୋଇ ଆସି ।
ସୁଖ ଦେଖି କିଆଁ, ସହିନ ପାରନ୍ତି,
ଚେର କାଟିଥାନ୍ତି ବସି ।।
ମିଛରେ ଝରାନ୍ତି, ଚକ୍ଷୁରୁ ଲୋତକ,
କହିଥାନ୍ତି ହାଏ ହାଏ ।
ଏତେ ଇର୍ଷା କିଆଁ, ତୁମ ହୃଦୟରେ,
ଛୋଟ କଥା ବଡ଼ ହୁଏ ।।
ହେ ଦୁନିଆବାସୀ, ଦେଉଛି ଆହ୍ୱାନ,
କୁନି ହୃଦୟରୁ ମୋର ।
ଛାଡି ହିଂସା ଦ୍ଵେଷ, ଧରି ଧର୍ମ ପଥ,
ଖୁସିରେ ସଂସାର କର ।।
କରି ବାକୁ ଯଦି, ନାହିଁ ହେ କ୍ଷମତା,
ଦୁର୍ବଳର ଉପକାର ।
ଅନିଷ୍ଟ କରନା, ସାଜି କଂସାସୁର,
ଏତିକି ମିନତୀ ମୋର ।।
ଅଙ୍କିତା ପାଢ଼ୀ,