Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Maheswar sahoo

Thriller Others

3  

Maheswar sahoo

Thriller Others

ଏମିତି ସମାଜ

ଏମିତି ସମାଜ

1 min
136


ସବୁ ଠାରୁ ସସ୍ଥା, ଅଟେ ଉପଦେଶ,

    ମାଗିବା ପୂର୍ବରୁ ମିଳେ ।

ହଜାର ହଜାର,  ଉପଦେଶ ଦେବେ,

    ବେଢ଼ି ଯାଇଣ ସକଳେ ।।

ହଜାର ଲୋକଙ୍କୁ, ମାଗି ମାଗି ଯାଅ,

    ସାହାଯ୍ୟ ଟିକିଏ ପାଇଁ ।

ପାଦତଳେ ପଡି,କରଯୋଡି ଯେତେ,

    ଜଣିଏ ଆସିବେ ନାଇଁ ।।

ଏମିତି ଦୁନିଆ,   କେହି ନୁହଁ କାର,

   ସବୁ ଯେ ମାୟାରେ ବାୟା ।

ନିଜ ଖୁସି ଦେଖି,  ପାରିବେନି ସହି,

   କୁମ୍ଭୀର କାନ୍ଧଣା ଛାୟା ।।

ନିଜ ଦୁଃଖ ଦେଖି, ଲୋତକ ଝରାନ୍ତି,

   ସାହି ଭାଇ ହୋଇ ଆସି ।

ସୁଖ ଦେଖି କିଆଁ,   ସହିନ ପାରନ୍ତି,

   ଚେର କାଟିଥାନ୍ତି ବସି ।।

ମିଛରେ ଝରାନ୍ତି,  ଚକ୍ଷୁରୁ ଲୋତକ,

    କହିଥାନ୍ତି ହାଏ ହାଏ ।

ଏତେ ଇର୍ଷା କିଆଁ,  ତୁମ ହୃଦୟରେ,

   ଛୋଟ କଥା ବଡ଼ ହୁଏ ।।

ହେ ଦୁନିଆବାସୀ, ଦେଉଛି ଆହ୍ୱାନ,

    କୁନି ହୃଦୟରୁ ମୋର ।

ଛାଡି ହିଂସା ଦ୍ଵେଷ,  ଧରି ଧର୍ମ ପଥ,

   ଖୁସିରେ ସଂସାର କର ।।

କରି ବାକୁ ଯଦି, ନାହିଁ ହେ କ୍ଷମତା,

    ଦୁର୍ବଳର ଉପକାର ।

ଅନିଷ୍ଟ କରନା,   ସାଜି କଂସାସୁର,

   ଏତିକି ମିନତୀ ମୋର ।।

ଅଙ୍କିତା ପାଢ଼ୀ,


Rate this content
Log in

Similar oriya poem from Thriller