Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanta Bhunya

Inspirational

3  

Prasanta Bhunya

Inspirational

ପୁଣିଥରେ

ପୁଣିଥରେ

1 min
6.8K


 ଆ...!

ଆ;

ତୋ ଅଧିଛାତିରୁ ଓହ୍ଲାଇଦେବି

ନିରାଶ ଯାତନା ସବୁ ,

ଉପାଡ଼ି ଦେବି ଦୀର୍ଘଶ୍ୱାସର

ଝଙ୍କାଳିଆ ମହୀରୁହ ସବୁ;

ଆ;

ତୋ ବୁକୁର ତନୁସ୍ୱର୍ଗକୁ

ଉର୍ବର କରିଦେବି,

ମୋ ନିବିଡ଼ ଆଲିଙ୍ଗନର

ଏକତାନ ରୋମାଞ୍ଚ ସ୍ପର୍ଶରେ;

ଆ;

ଥାପିଦେବି ପ୍ରେମର ଅମରାବତୀ

ତୋ ହୁରୁଦ ଅଳିନ୍ଦ ନିଳୟେ,

ତୋ ପତ୍ରଝଡା ଶରତ ଲୁହକୁ

ପୋଛିଦେବି ପରଶର ମଧୁମାସରେ;

ଆ;

ତୋ ଲେଉଟାଣି ପାଦକୁ ଆଣି ଚଲେଇବି

ମୋ ପ୍ରେରଣାର ସମୃଦ୍ଧ ରାସ୍ତାରେ,

ତୋ ଭାରାକ୍ରାନ୍ତ କାନ୍ଧରେ ଖଞ୍ଜିଦେବି

ବିଶ୍ୱାସରେ ଡେଣା ଏତେ ଯତନରେ;

ଆ;

ତୋ କମ୍ପୁଥିବା ହାତକୁ ସଶକ୍ତ କରିବି

ମୋ ହାତର ଭରସା ଶକ୍ତିରେ,

ସତ୍ୟ ଦେବି, ଶକ୍ତି ଦେବି, ଦେବି ତୋତେ ମୁକ୍ତି

ଉଡ଼ିଯିବୁ ଶାଶ୍ୱତ ସ୍ୱର୍ଗରେ;

ଆ...!

-ପ୍ରଭୂ


Rate this content
Log in

Similar oriya poem from Inspirational