Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

pratap nayak

Romance

2  

pratap nayak

Romance

ପ୍ରୀତି ଉପହାର

ପ୍ରୀତି ଉପହାର

1 min
232


ଅସଜଡା ସୋରିଷ କିଆରି

କିଏ ସଜାଡିଲା

ତୁମ ବୋହୂ ବେଶ

ଶେଷ ସ୍ପର୍ଶ ହୋଇ

କା'ଘରକୁ ଗଲା

ମୋ ଘରକୁ ନଇଲା ।

ଜୀବନର ଦିନସାରା

ଚାହିଁଚାହିଁ ସନ୍ଧ୍ୟା ଆସିଗଲା

ବେଗୁନିଆଁ ବାଡ ତୁମ ଘର

ହୁଡାରୁ ହଟିଲା

ଆମ ଅଗଣାରୁ

କାହିଁ ତୁମ ମୁହଁ ନଦିଶିଲା ।

କହିଥିଲ ଏଇସନ

ଉପହାର ଦେବ

ସିନ୍ଦୁର ସିନ୍ଥିରେ ତୁମ

ନିଶ୍ଚେ ଝଟକିବ

ଅଳତା ପାଉଁଜି ପାଦ

ଆମ ଏରୁଣ୍ଡି ଡେଇଁବ ।

ଅନ୍ୟ କାହା ହାତଧରି

ତୁମେ ଚାଲିଗଲ

ପୁରୁଣା ସନ୍ତକ ସବୁ

ସାଙ୍ଗରେ ତ ନେଲ

କଣ?

ମତେ ଏହି ପ୍ରୀତି ଉପହାର ଦେଲ

ଏହି ଉପହାର ଦେଲ ।


Rate this content
Log in