Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Inspirational Others

3  

Sadananda Sahoo

Inspirational Others

ନୂଆ ବରଷର ପହିଲି କିରଣ

ନୂଆ ବରଷର ପହିଲି କିରଣ

1 min
251


ନୂଆ ବରଷର ପହିଲି କିରଣ

ସମୃଦ୍ଧି ବିଭବି ହେଉ ,

ଅପସରି ଯାଉ ରୋଗଶୋକ ଦୁଃଖ

ଦୁଃଖୀଜନ ହସିଦେଉ ।1।

ବ୍ରହ୍ମାଣ୍ଡ ଠାକୁର ଜଗତ ଈଶ୍ଵର

ଜୟ ଜୟ ଜଗନ୍ନାଥ ,

କରୁଣାର ଫୁଲ ଝରି ପଡୁ ସତ

ପାଦ ପଦ୍ମେ ପ୍ରଣିପାତ ।2।

ଉଣେଇଶି ଆସୁ ଅଠରଟା ଯାଉ

ସ୍ଵାଗତ ବିଦାୟ ପର୍ବ ,

ଅଭିନନ୍ଦନରେ ସର୍ବେ ଉଜାଗରେ

ନିଆରା ସମ୍ପର୍କ ଭାବ ।3।

ନୂଆ ବରଷର ନୂଆଗୀତ ମୋର

ସ୍ପନ୍ଦନ ଶବଦ ହେଉ ,

ପାଠକ ପାଠିକା ସମ୍ପଦ କଣିକା

ଭାବନାରେ ନାଆଁ ରହୁ ।4।

ପ୍ରେମ ଫୁଲ ବର୍ଷା ସଭିଁଙ୍କ ସଦିଚ୍ଛା

ଅବିରତେ ପଡ଼ୁ ଝରି ,

ଶତାବ୍ଦୀ ବିଜୟ ଉଣେଇଶ ହସ

ଶୁଭ ଫଳେ ବିଭାବରୀ ।5।

ପ୍ରେମର ପ୍ରେମିକା ସର୍ବଜନାଦୃତା

ଭଲ ପାଉ ମନ ଭରି ,

ପ୍ରେମ ଫଗୁ ରଙ୍ଗ ବାସୁ ମହମହ

ହସି ଦେଉ ସୁନା ଗୋରି ।6 ।

ଅସୁମାରି ଆଶା ନହେଉ ନିଆଶା

ସର୍ବ ସୁଖ ହେଉ ପ୍ରାପ୍ତ ,

ହସର ଜୁଆର ଖୋଲୁହେ ' ଦୁଆର

ଲୁହ ହୋଇ ଯାଉ ସୁପ୍ତ ।7।

ପାପର ବିଲୟ ହେଉ ଆହେ'ନାଥ

ଏତିକି ବିନତି ଅଳି ,

ଅପସରି ଯାଉ ବ୍ୟଭିଚାରି ସତ

ଲାଗିବନି ଆଉ କଳି ।8।

ଏ ନବ ବରଷ ପ୍ରୀତିର ପରଶ

ପ୍ରେମ ଫୁଲ ମହକିବ ,

ହେ'ପ୍ରଭୁ ଗୋସାଇଁ ଜଗତର ସାଇଁ

ଅଜାଡି ଦିଅ ବିଭବ ।9।

ସଦାନନ୍ଦ ସାହୁ , ଧୁରୁଷିଆ ,ଆଠଗଡ଼ , କଟକ


Rate this content
Log in