Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ସନେଟ -୨୭

ସନେଟ -୨୭

1 min
6.9K


ତହିଁ


କବିସୌରଭ ଅନୁପ ସିଂହ ଦେବ

ରାଜା ଖଡ଼ିଆଳ


ଖେଳିଲେ ସାଧୁ ସନ୍ତାନ ମାନବ କୋଳରେ

ଜଗ-ଜଳେ ଭ୍ରମେ ସେ ଯେ ଆନନ୍ଦ-ତରୀରେ ।।

ଚୁମ୍ବ ବିହି ଗୁଣବତୀ ଅର୍ଦ୍ଧାଙ୍ଗିନୀ ମାଥେ

ମଣେ ଲଭିଛି ଅପୂର୍ବ ଅମୃତ ମରତେ ।।

ଭାଗ୍ୟ ବଳେ ଗୃହେ କଲେ ପଦ୍ମାଳୟା ବିଜେ

ଚଳନ୍ତି ମାଧବ ମଣେ ନିଜକୁ ସେ ନିଜେ ।।

ଅର୍ଜିଲେ ଲୋକଙ୍କ ଠାରୁ ସମ୍ମାନ କୀରତି

ନିଜକୁ ଭାବେ ଏକାନ୍ତ ସେହୁ ଚକ୍ରବର୍ତ୍ତୀ ।।

ଲଭିସୁଦ୍ଧା ସର୍ବସୁଖ ତୃପତି ଲଭେନା

କ୍ଷଣସ୍ଥାୟୀ ସବୁ ଯେଣୁ ବାସନା ମେଣ୍ଟେନା ।।

ଧାଏଁ ଚିରସ୍ଥାୟୀ ସୁଖ-ମରୀଚିକା ପଥେ

ମିଳଇ କି କେବେ-ତାହା ନଶ୍ଵର-ମରତେ ।।

ମିଳଇ ସେ ଅପରୂପ ସୁଖ ଶାନ୍ତି ତହିଁ

ସଚ୍ଚିଦାନନ୍ଦ କ୍ରୀଡ଼ନ୍ତି ଅବିରତେ ଯହିଁ ।।


ସମାପ୍ତ


Rate this content
Log in