Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Children Drama

5.0  

ବି. ନିରୁପମା

Children Drama

ଜାଣିକି ପାଲଟୁ ଓଲୁ

ଜାଣିକି ପାଲଟୁ ଓଲୁ

1 min
391



କାଚଗୋଲି ଖେଳ ଖେଳୁ ଖେଳୁ ଆମେ

ସେଦିନ ଅଧାରୁ ଗଲୁ ,

ଆଜି ପୁଣି ଆମ ସାଥିରେ ଖେଳୁଛୁ

ମାରିବୁ ନାହିଁଟି ଗାଲୁ ।


ଚହଟ ଚିକ୍କଣ କଥା କହୁ ସିନା ,

ଖେଳିଲା ବେଳକୁ ଯେତେକ ବାହାନା ।

ମନା କରୁ କରୁ ଉପରେ ପଡ଼ିକି

ଖେଳୁଛୁ ତୁ ବିଲୁକୁଲୁ ।

କାଚଗୋଲି ଖେଳ ଖେଳୁ ଖେଳୁ ଆମେ

ସେଦିନ ଅଧାରୁ ଗଲୁ ।


ମିଶିକି ଖେଳିଲେ ଲାଗେ ସିନା ମଜା,

କଳି ଗୋଳ କଲେ ହୋଇବାକି ରାଜା ।

ହାରିବା ଜିତିବା ସାଧାରଣ କଥା

ଜାଣିକି ପାଲଟୁ ଓଲୁ ।

କାଚଗୋଲି ଖେଳ ଖେଳୁ ଖେଳୁ ଆମେ

ସେଦିନ ଅଧାରୁ ଗଲୁ ।


କହୁଥିଲେ ଜେଜେ,"କରିବନି ଗୋଳ,

ଖେଳଟି ଖେଳିବ ହୋଇ ତୁମେ ମେଳ ।

ବଢ଼ିବ ଦେହର ପରା ବୁଦ୍ଧି,ବଳ

ଅଭ୍ୟାସିଲେ ପିଲାବେଳୁ ।"

କାଚଗୋଲି ଖେଳ ଖେଳୁ ଖେଳୁ ଆମେ

ସେଦିନ ଅଧାରୁ ଗଲୁ ।


ଆଜି ପୁଣି ଆମ ସାଥିରେ ଖେଳୁଛୁ

ମାରିବୁ ନାହିଁଟି ଗାଲୁ ।।



ବି. ନିରୁପମା

ମାମୁରିଆ, ଛେଣ୍ଡିପଦା,ଅନୁଗୋଳ।


Rate this content
Log in

Similar oriya poem from Children