Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

SIPRA NAMTA

Inspirational

3  

SIPRA NAMTA

Inspirational

ଆସ ହାତ ଧରି ଯିବା ପୁଣିଥରେ.......

ଆସ ହାତ ଧରି ଯିବା ପୁଣିଥରେ.......

1 min
13.3K


ଆସ .....ହାତ ଧରି ଯିବା ପୁଣି ଥରେ 

                     ସିପ୍ରା ନାମତା (ନମ୍ରତା )

ଆସ.... ହାତ ଧରି ଫେରିଯିବା ପୁଣି ଥରେ

ସେହି ଗତାୟୁ ଦିନକୁ

ହସ କାନ୍ଦ, ସୁଖ ଦୁଃଖ ରେ ଆଉ ଥରେ ମିଶିଯିବା

ଏକା ଏକା ଲାଗେ ଭାରି

ଏଇ ବିଜ୍ଞାନ ଯୁଗ ରେ ସଭ୍ୟତା ଓ ସୁବିଧା  ।

ଆସ .... ହାତ ଧରି ଯିବା ପୁଣି ଥରେ

ସେଇ ଦାଣ୍ଡ ଅଗଣାକୁ

ତୁଳସିଚଉରା ମୂଳରେ

ମଗ୍ନ ହେବା ବାଲିଧୂଳି ଖେଳ ଘର କରଣାରେ 

ପୁଣି ଟିକିଏ ଝଗଡା ଆଉ ଗେଲ କୋଳାକୋଳିକୁ ।

ଆସ.... ହାତ ଧରି ଚାଲିଯିବା ପୁଣି ଥରେ

ନଈ କୂଳ, ଅଙ୍କା ବଙ୍କା ବିଲ ହିଡ ରାସ୍ତା ରେ

ସାଙ୍ଗ ସାଥୀଙ୍କର କୋଳାହଳ ମେଳେ

 ଦେହ ମୁଣ୍ଡ,ମାଟି କାଦୁଅ ବୋଳାରେ

ମା'ର ଆକଟ, ବାପାଙ୍କର ନାଲି ଆଖି

ଆଉ ଜେଜିମା' ର ସ୍ନେହ ବୋଳା ହାତ ଆଉଁସାରେ ।

ଆସ.... ହାତ ଧରି ଯିବା ପୁଣି ଥରେ

ବିଦ୍ୟାଳୟ, ମହାବିଦ୍ୟାଳୟର ତର୍କ ପ୍ରକୋଷ୍ଠ 

ଗର୍ଜ୍ଜି ଉଠୁଥିବା ତରୁଣର ଆହ୍ବାନ

ଯୁଗପୁରୁଷଙ୍କ ଆତ୍ମ ବଳିଦାନ ଓ

ଅବଦାନର ସ୍ମୃତ୍ତି ଚାରଣରେ  ।

ଆସ.... ହାତ ଧରି ଉଜ୍ଜୀବିତ କରିବା

ସ୍ୱାଭିମାନର ବୀଜ ମନ୍ତ୍ରରେ

ଜୀର୍ଣ୍ଣ ମାନସିକତାରେ ଭରିଦେବା 

ସୃଜନୀର ଝଙ୍କାର

ଆତ୍ମ ମଗ୍ନ ହେବା ସେଇ

ପୂତ ପବିତ୍ର ଚିନ୍ତନରେ 

ନିଜ ମାତୃଭାଷା ପାଇଁ ସୁରକ୍ଷାର 

ଚଉହଦୀଟିଏ ଗଢ଼ିଦେବା  ।

ଆସ.... ହାତ ଧରି ସଂକଳ୍ପଟିଏ କରିବା

ଅମ୍ଳାନ କୀର୍ତ୍ତୀ ପାଇଁ ଆଗେଇବା

ତ୍ୟାଗ କରି ଶସ୍ତା ମନ ଓ 

ବେଧଡ଼କ ଖାମ ଖିଆଲି ପଣ

ପୂର୍ଣ୍ଣିମାର ମୁରୁକିହସା ସାତ ରଙ୍ଗ

ଆଉ ତାରାର ଆଖି ମିଟିକା 

ସଙ୍ଗେ, ଆମେ ବି ହସିବା ।


Rate this content
Log in